ବନ୍ଦହେଲା ୨ ସ୍ଲୁଇସ୍ ଗେଟ୍ : ହୀରାକୁଦ ଜଳଭଣ୍ଡାରରୁ ୧୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର, ୨୯ ଜୁଲାଇ (ହି.ସ.)- ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ପରେ ଅପରାହ୍ନ ୨ଟା ୫୦ରେ ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ସନ୍ଧ୍ୟା ସୁଦ୍ଧା ୧୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାର


ସମ୍ବଲପୁର, ୨୯ ଜୁଲାଇ (ହି.ସ.)- ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ପରେ ଅପରାହ୍ନ ୨ଟା ୫୦ରେ ୨ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଫଳରେ ସନ୍ଧ୍ୟା ସୁଦ୍ଧା ୧୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୧୨ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୬ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।

ପ୍ରକାଶ ଥାଉକି, ଜୁଲାଇ ୬ ତାରିଖ ଠାରୁ ହୀରାକୁଦ ଜଳଭଣ୍ଡାରରୁ ଛଡାଯାଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ବିଶେଷ କରି ଉପରେ ମୁଣ୍ଡର ପାଣି ଉପରେ ନିର୍ଭର କରି ହୀରାକୁଦର ସ୍ଲୁଇସ୍ ଗେଟ୍ ଖୋଲା ବନ୍ଦରେ ଘନଘନ ପରିବର୍ତନ ହେଉଥିବାରୁ ହୀରାକୁଦ ବନ୍ଧ ସଂଲଗ୍ନ ସମ୍ପୂର୍ଣ୍ଣ ବୁର୍ଲା ଏବଂ ହୀରାକୁଦ ଅଂଚଳ ପ୍ରତି ମଧ୍ୟ ନଜର ରଖିଛି ପ୍ରଶାସନ । ଗତ ୨୪ ଘଂଟା ମଧ୍ୟରେ ଉପର ମୁଣ୍ଡରେ ୧୦.୦୨ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୧୪.୧୧ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande