ରାଉରକେଲା
,୨୯ ଜୁଲାଇ (ହି,ସ,) ,ସ୍ୱାମୀ ଆରଏମସିରେ
କାମ କରୁଥିବା ବେଳେ ଜୀବନ ହରିଲେ, ବିଧବା ପତ୍ନୀ ଙ୍କୁ ଥା ମା କରିଦେଇ
ଘଟଣା ଲାଗି ଦାୟୀ ବୋଲି କୁହାଯାଉଥିବା ଅଭିଯୁକ୍ତକୁ ବଂଚାଇଦେଲେ, କର୍ମଚାରୀ ସଂ୍ଠନ ବହୁତ କଥା
କହିଥିଲା ହେଲେ ଗୋଟିଏ ହେଲେ ପୁରଣ ହେଲୋ ନାହିଁ, ୯ବର୍ଷ କାଳ ଆରଏମସିରେ ୬/୭ ହଜାର
ଦରମା ପାଇ ଭୋକ ଉପାଶରେ ଏକ ପ୍ରକାର ନିଜ
ପିଲାଙ୍କୁ ଧରି ନ୍ୟାୟ ଅପକ୍ଷାରେ ଥିବା ଜଣେ ବିଧବା ମହିଳା ଆରଏମସିର ଏକ କୋଠରୀ ଭିତରେ
ପଶି ନିଜର ମୃତ୍ୟୁକାଳିନ ଜମାନ ବନ୍ଦୀ ଦେଇ ଆତ୍ମ ହତ୍ୟା ଲାଗି ଚେଷ୍ଟା କରୁଥିବା ବେଳେ ତାଙ୍କୁ ବଂଚାଯାଇଛି ,ଏଭଳି ଘଟଣା ଆଉଥରେ ଆମକୁ ମନେପକାଉଛି ଯେ, ମହିଳା ମାନଙ୍କୁ ଆମ ବ୍ୟବସ୍ତା କେତେ
ସମ୍ମାନ ଦିଏ , ଅବହେଳିତ ଦୁଖୀ ଙ୍କ କଥା କେତେ ବୁଝେ, ନେତା ମାରୁ ଥିବା ଲମ୍ବା ଭାଷଣ କେତେ ପାଳନ ହୁଏ, ଲୋକ ପ୍ରତିନିଧୀ ମାନେ ଏଭଳି ଲୋକ ମାନଙ୍କୁ କେତେ ଦେଖନ୍ତି ତାହାର ଏହି ଘଟଣା ଓ ଓ ମହିଳା
ଜଣକଙ୍କର ପ୍ରତିକ୍ରିୟାରୁ ଜଣାପଡିଛି । ମହିଳା ଜଣକ
ହେଲେ ସରସ୍ୱତୀ ସାମନ୍ତରାୟ, ସେ ରାଉରକେଲା ମହାନଗର
ନିଗମ ର ବିଜୁଳୀ ବିଭାଗରେ
ଏନଏମଆର ଭାବେ ୬/୭ ହଜାର
ଦରମା ରେ ଅନ୍ୟ କୌଣସି
ସୁବିଧା ନଥାଇ କାମ କରନ୍ତି ଯାହା ରାଜ୍ୟ ଶ୍ରମ ଆଇନକୁ ଶକ୍ତ ଚାପୁଡା କହିଲେ ଅତ୍ୟକ୍ତି ହେବ ନାହିଁ ସେ ପୁଣି ଆରଏମସି
ରେ ଆଇଏଏସ ଓ ଓଏଏସ ପ୍ରଶାସନିକ
ବାବୁ ବାବୁଆଣୀ ମାନଙ୍କ ସମ୍ମୁଖରେ । ୯ ବର୍ଷ
ତଳେ ତାଙ୍କ ସ୍ୱାମୀ ଆରଏମସି ପୌରପାଳିକା ଥିବା ବେଳେ ଏକ ଦୁର୍ଘଟଣାରେ କାମ
କଲା ବେଳେ ମୃତ୍ୟୁବରଣ କରିଥିଲେ, ସେତେବେଳେ ବାବୁ ମାନେ କହିଥିଲେ ତାଙ୍କ ଝିଅକୁ ଚାକିରୀ ମିଳିବ, କ୍ଷତିପୁରଣ ଓ ଆରଏମସି ରୁ
ଘରଖଣ୍ଡେ ମଧ୍ୟ ମିଳିବ ।କିନ୍ତୁ ଆଜିଯାଏ କିଛି ମିଳିଲାନାହିଁ, ମହିଳା ଜଣଙ୍କୁ ୬/୭ ହଜାର
ଟଙ୍କା ଦେଇ ଆଜିଯାଏ ଆରଏମସି ଓ ଜିଲ୍ଲା ପ୍ରଶାସନ
ଠକିଚାଲିଛି । ଏହି ଘଟଣାରେ
ୟୁନିଅନ ନେତା ମାନେ ମଧ୍ୟଅନେକ
ପ୍ରତିଶୃତି ଦେଇଥିଲେ,ସେତବେଳର ଏଡିଏମ ମନିଶା ବାର୍ନାଜୀ ଓ ମୁନସିପାଲିଟି ଅଧିକାରୀ
ଅକ୍ଷୟ ମଲ୍ଲୀକ ପ୍ରମୁଖ ତାଙ୍କୁ ଅନେକ ପ୍ରତିଶୃତି ଦେଲେ ହେଲେ ପୌରପାଳିକା ରୁ ମହାନଗର ନିଗମ
ହେଲା ଓଏଏସ ଙ୍କ ସହ ଏଠି ଆଇଏଏସ
ଆସି ବସିଲେ , ସହରର ବିଧାୟକ ବାରମ୍ବାର ଜିତି ବିଧାୟକ ମନ୍ତ୍ରୀ ହେଲେ କିନ୍ତୁ ମହିଳାଜଣଙ୍କର ଦୁଖ କୁ କେହି ବୁଝିଲେ
ନାହିଁ, ତାଙ୍କ ସ୍ୱାମୀ ଙ୍କର ହୋଇଥିବା ଦୁର୍ଘଟଣା ଲାଗି ଜିଏଦାୟୀ
ତାକୁ ବଂଚାଇ ମହିଳା ଜଣଙ୍କର କଥାକୁ ସବୁ ଭୁଲିଗଲେ ବୋଲି ମହଳା ଜଣକ ତାଙ୍କ ବୟାନରେ କହିଛନ୍ତି ।ି ସେପଟେ ଏଭଳି
ସ୍ଥିତି କୁ ଦେଖି କବାଟ
ଭାଂଗି ମହିଳା ଜଣକୁ ବଂଚା ଜିବା ସହ ତାଙ୍କୁ ଡାକ୍ତରଖାନାରେ
ଚିକିଛା କରାଯାଇଛି । ସେପଟେ ଦିନକ
ତଳେ ଜିଲ୍ଲାପାଳ ତଥା ପୁର୍ବତନ ଆରଏମସି କମିଶନର ଜିଲ୍ଲାରେ ଯୋଗଦାନ କରିଥିବା ବେଳେ ଜଣେ ମହିଳା ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର ଘଟଣା ଦିନ ଯୋଗ ଦାନ କରିଛନ୍ତି ।ସେପଟେ ରାଉରକେଲାର ବିଜେଡି ବିଧାୟକ ଜେପି ଡାକ୍ତରଖାନା ପିଡିତା ମହିଳାଙ୍କ ମାମଲାରେ ନିରବ ଥିବା ବେେଳେ ଏହି ମହିଳା ଜଣକୁ ନ୍ୟାୟ ଦେବାରେ କୌଣସି ସାହାଜ୍ୟ କରିନଥିଲେ ବି ତାଙ୍କୁ ଦେଖିବା
ଲାଗି ଡାକ୍ତରଖାନା କୁ ଯାଇଛନ୍ତି ଓ
ମିଡିଆ କୁ ପଚାରିଛନ୍ତି ମୁଁ
କଣ କହିବି? ତେବେ ଏହି ମହିଳା ଜଣକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ଦୁଖ ବୁଝିବା ଲାଗି ନିବେଦନ କରିଥିବାରୁ ପ୍ରଶାସନ କଣ କରେୁଛି ତାକୁ
ଦେଖିବାକୁ ବାକି ରହିଲା
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ