ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର :  ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ, ୨୯ ଜୁଲାଇ (ହି.ସ.)- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି । ଏବେ ନୂଆ ରୂପରେ ସଜେଇ ହୋଇଛି ଭି
ଭିତରକନିକା ଜାତୀୟ ଉଦ୍ୟାନ


କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ, ୨୯ ଜୁଲାଇ (ହି.ସ.)- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ୍ ଉତ୍ସାହିତ ଅଛନ୍ତି । ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍ ଗ୍ରୁଭ୍ ନର୍ସରୀରେ ଦେଖିବାର ସୁଯୋଗ ପାଇବେ ।

ଏଥିସହ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ସହ ଅନ୍ୟ ବହି ପଢ଼ିବାର ସୁଯୋଗ ପାଇପାରିବେ । ଏହାଛଡ଼ା ମ୍ୟୁଜିୟମ୍ ର ମଜା ନେବା ସହ ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ, ଶ୍ୱେତାକୁ ଦେଖିପାରିବେ । ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ବନ ବିଭାଗର ପ୍ରସ୍ତୁତି ଇତିମଧ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ।

ଭିତରକନିକାର ଡାଙ୍ଗମାଳ ଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତି ଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ପୂର୍ବବର୍ଷ ଭଳି ପଲିଥିନ୍ କୁ ବାରଣ କରାଯିବା ସହ ଏହା ନଆଣିବା ପାଇଁ ବନଖଣ୍ଡ ପକ୍ଷରୁ ନିଷେଧ କରାଯାଇଛି । ଭିତରକନିକା ଫରେଷ୍ଟ ବ୍ଲକ୍ ରେ ପର୍ଯ୍ୟଟକଙ୍କ ପାଇଁ ୱାଚ୍ ଟାୱାର ନିର୍ମାଣ କରାଯାଇଛି । ମେଟା ନର୍ସରୀ ନିକଟରୁ ୬୦୦ ମିଟର ପର୍ଯ୍ୟନ୍ତ କାଠରେ ସ୍କାଏ ୱାକ୍ ନିର୍ମାଣ ହୋଇଛି । ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ସହିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ,ଶ୍ୱେତା, ଦେଶୀୟ ପକ୍ଷୀ, ନଦୀରେ ନୈାବିହାର ଓ ସ୍କାଏ ୱାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

ପ୍ରକାଶ ଥାଉକି, କୁମ୍ଭୀର ପ୍ରଜନନ ଋତୁ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଛି । ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande