ଧାରଣା ଦେଲା ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ
କେନ୍ଦୁଝର, 29 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାର ଏକ ପରିଚୟ ଭାବେ ଧରଣୀଧର ମହାବିଦ୍ୟାଳୟ ପରିଚିତ। ପୂର୍ବତନ ସରକାର ଏହାକୁ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ପରେ ବିଶ୍ଵବିଦ୍ୟାଳୟରେ ପରିଣତ କରିଥିଲେ। ବର୍ତମାନ ସରକାର ଏହି ବିଶ୍ଵବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରିଦେଲେ। କିନ୍ତୁ ଏହି ମାନ୍ୟତା ଦ୍ଵାର
Dd autonomous strike


କେନ୍ଦୁଝର, 29 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାର ଏକ ପରିଚୟ ଭାବେ ଧରଣୀଧର ମହାବିଦ୍ୟାଳୟ ପରିଚିତ। ପୂର୍ବତନ ସରକାର ଏହାକୁ ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ପରେ ବିଶ୍ଵବିଦ୍ୟାଳୟରେ ପରିଣତ କରିଥିଲେ। ବର୍ତମାନ ସରକାର ଏହି ବିଶ୍ଵବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରିଦେଲେ। କିନ୍ତୁ ଏହି ମାନ୍ୟତା ଦ୍ଵାରା ଜିଲ୍ଲାରେ ଆଉ ସ୍ଵୟଂଶାସିତ ମହାବିଦ୍ୟାଳୟ ଅସ୍ତିତ୍ବ ରହିଲା ନାହିଁ ବୋଲି ଅଭିଯୋଗ କରିଛି ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ। ଏହି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ପୁନଃ ପ୍ରତିଷ୍ଠା ଦାବି କରିଛି ମଞ୍ଚ। ଏହା ସହ ବିଶ୍ଵବିଦ୍ୟାଳୟ କ୍ୟାମ୍ପସକୁ ସୁଲେଇଖମାରକୁ ସ୍ଥାନାନ୍ତରିତ କରି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତାବସ୍ଥା ବଜାଇ ରଖିବାକୁ ଦାବି କରିଛି ମଞ୍ଚ। ଏନେଇ ଆଜି ଠାରୁ ଠାରୁ ତିରିଶ ତାରିଖ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛି ମଞ୍ଚ। ଚକ୍ରଧର ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଧାରଣାରେ ପ୍ରଥମ ଦିନରେ ବିଜେଡ଼ି, କଂଗ୍ରେସ, ଆମ ଆଦମୀ ପାର୍ଟି ର ସଦସ୍ୟଙ୍କ ସହ ବହୁ ବୁଦ୍ଧିଜୀବି ଯୋଗ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande