ଖରିଫ ଧାନ ସଂଗ୍ରହ ପଞ୍ଜିକରଣକୁ ନେଇ ଗଞ୍ଜାମରେ ଚାଷୀ ଉତ୍ତେଜନା
ଗଞାମ, ୨୯ ଜୁଲାଇ (ହି.ସ.)- ଗଞ୍ଜାମ ଜିଲାରେ‌ ଖରୀଫ ଧାନ ପଞ୍ଜୀକରଣକୁ ନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ଚାଷୀମାନଙ୍କ ପକ୍ଷରୁ ପ୍ରବଳ ଜନ ଅସନ୍ତୋଷ ଓ‌ ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କ ନୂତନ ପଞ୍ଜିକରଣ‌ ବ୍ଯବସ୍ଥା ଓ ନିୟମକୁ ଚାଷୀ ମାନେ ‌ପ୍ରଵଳ ବିରୋଧ କରି ସେବା ସମବାୟ ସମିତି ସମ୍ମୁଖରେ ଓ ସମ
ଖରିଫ ଧାନ ସଂଗ୍ରହ ପଞ୍ଜିକରଣକୁ ନେଇ ଗଞ୍ଜାମରେ ଚାଷୀ ଉତ୍ତେଜନା


ଗଞାମ, ୨୯ ଜୁଲାଇ (ହି.ସ.)- ଗଞ୍ଜାମ ଜିଲାରେ‌ ଖରୀଫ ଧାନ ପଞ୍ଜୀକରଣକୁ ନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ଚାଷୀମାନଙ୍କ ପକ୍ଷରୁ ପ୍ରବଳ ଜନ ଅସନ୍ତୋଷ ଓ‌ ଉତ୍ତେଜନା ପ୍ରକାଶ ପାଇଛି। ସରକାରଙ୍କ ନୂତନ ପଞ୍ଜିକରଣ‌ ବ୍ଯବସ୍ଥା ଓ ନିୟମକୁ ଚାଷୀ ମାନେ ‌ପ୍ରଵଳ ବିରୋଧ କରି ସେବା ସମବାୟ ସମିତି ସମ୍ମୁଖରେ ଓ ସମ୍ପାଦକଙ୍କ ନିକଟରେ ହୋହାଲ୍ଲା କରୁଛନ୍ତି। ଫଳରେ ସମ୍ପାଦକ ସଂଘ ପଞ୍ଜିକରଣ ନିୟମରେ ପରିବର୍ତନ ନକଲେ ପଞ୍ଜୀକରଣ କାର୍ଯ୍ୟ ସେମାନଙ୍କ ଦ୍ଵାରା ସମ୍ଭବ ହେଵ ନାହିଁ ଵୋଲି ଜିଲ୍ଲା ପ୍ରଶାସନକୁ‌ ଅଵଗତ କରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସରକାରଙ୍କ ନୂତନ ପଞ୍ଜୀକରଣ ନୀତିର‌ ଘୋର ପ୍ରତିବାଦ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ତୁରନ୍ତ ସରକାରଙ୍କ ଏହି ନୂତନ ନିୟମକୁ ପରିବର୍ତ୍ତନ କରି ପୂର୍ବ ନିୟମ ଅନୁସାରେ ଚାଷୀ ପଞ୍ଜୀକରଣ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ‌ ରାଜ୍ଯ ବିଜେପି ସରକାର ଉପରେ ଚାପ ସୃଷ୍ଟି କରିଥିବା ଜଣାପଡିଛି।‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande