ଚଷମାରେ ହିଡେନ୍ କ୍ୟାମେରା, ଶ୍ରୀମନ୍ଦିର ଭିତରୁ ଧରାପଡିଲେ ଯୁବକ
ପୁରୀ, ୨୯ ଜୁଲାଇ (ହି.ସ.)- ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକ ପ୍ରବେଶ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡିଛନ୍ତି । ଯୁବକଙ୍କ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଯାଇଥିବା ଜଣାପଡ଼ିଛି । ବେହରଣ ଦ୍ୱାର ନିକଟରେ ଯୁବକଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ସୁରକ୍ଷା
ଚଷମାରେ ହିଡେନ୍ କ୍ୟାମେରା, ଶ୍ରୀମନ୍ଦିର ଭିତରୁ ଧରାପଡିଲେ ଯୁବକ


ପୁରୀ, ୨୯ ଜୁଲାଇ (ହି.ସ.)- ପୁରୀ ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ନେଇ ଜଣେ ଯୁବକ ପ୍ରବେଶ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡିଛନ୍ତି । ଯୁବକଙ୍କ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଯାଇଥିବା ଜଣାପଡ଼ିଛି । ବେହରଣ ଦ୍ୱାର ନିକଟରେ ଯୁବକଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବା ସହ ଯାଂଚ୍ କରିଥିଲେ । ଯାଂଚ୍ ବେଳେ ତାଙ୍କ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଥିବା ଜଣାପଡିଥିଲା । ଏହାପରେ ପୋଲିସ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି କିଛି ସମୟ ଧରି ପଚରା ଉଚରା ପରେ ଛାଡି ଦେଇଛି । ଥାନାରେ ସମସ୍ତ କାଗଜପତ୍ର ଓ ତଥ୍ୟ, ପ୍ରମାଣ ଦେବାକୁ ତାଙ୍କୁ କୁହାଯାଇଛି ।

ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande