ରାଉରକେଲା, ୨୯ ଜୁଲାଇ (ହି.ସ.)- ରାଉରକେଲା ଠାରେ ଥିବା ଜେପି ଡାକ୍ତରଖାନାରେ କାମ କରୁଥିବା ଜଣେ ମହିଳାଙ୍କୁ ଡାକ୍ତରଖାନାର
ମୁଖ୍ୟ ଚନ୍ଦନ ବଂଶଲ ଶାରୀରକ ସଂପର୍କ ଲାଗି ବର୍ଷେ ତଳେ ନିବେଦନ କରିବା ପରେ ଜୁଲାଇ ୫ରେ ଖରାପ ଭାଷାରେ
ଗାଳିଦେବା ଓ ମାଡ ମାରିବା ଭଳି ମାମଲା ଜୁଲାଇ ୫ ତାରିଖରେ ଉଦିତନଗର ଥାନାରେ ଏତଲା ହେବା ପରେ ବଡ ଲୋକ ଓ ପଇସା ବାଲାଙ୍କ ଲାଗି ଆଇନ
ଯେମିତି ତା ବାଟରେ ଯାଏ ସେମିତି ଯାଉଥିଲା, ହେଲେ ଯୁବ ନେତା ମୁକ୍ତିକାନ୍ତ ବିଶ୍ୱାଳ ମହିଳା ଜଣକୁ
ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଁଚାଇବା ପରେ ଅଭିଯୁକ୍ତ ବାବୁ ରାଉରକେଲାରେ ମିଡିଆ କିଛି ନେତାଙ୍କ
ଆର୍ଶୀବାଦ ପାଇ ଯେଉଁଭଳି ଆରାମରେ ବାବୁ ଥଲେ ତାହା ଏବେ ଆଉ ନଥିବା ଖବର ମିଳିଛି ଏବେ ସେ ବିଚଳିତ ହୋଇପଡିଛନ୍ତି ବୋଲି ଖବର ମିଳିଛି । ବାବୁଙ୍କର
ହଡକଂପ ହୋଇଚାଲିିଛି । ବାବୁ କୁଆଡେ ଆଉ ଖାଇବା ପିଇବା ଛାଡିବା ସହ ରାତିରେ ଆଉ ଶୋଇପାରୁନାହାନ୍ତି
ବୋଲି କୁହାଯାଉଛି l ତେବେ ଏଭଳି ଅବସ୍ଥା ଦେଖି ବାବୁଙ୍କର ପିଆଦା କିଛି କିଛି ବେହିଆ ମିଡିଆ ଓ ମତଲବି ନେତା ମଧ୍ୟ କିଛି କରିପାରିନାହାନ୍ତି, ଫଳରେ ଅଭିଯୁକ୍ତ
ଡାକ୍ତରର ଜଣେ ନିଜ ଲୋକ କୁଆଡେ ପୀଡିତାଙ୍କର ଜଣେ ସଂପର୍କୀୟଙ୍କୁ ଧରି ପୀଡିତାଙ୍କ ପାଖରେ ସକାଳ
ବେଳା ପହଁଚିଥିଲେ, ଲକ୍ଷେ ନିଅ ଚୁପ ହୁଅ ଆଉ ଚାକିରୀକୁ ଫେର, ହେଲେ ମହିଳା ଜଣକ ସେଥିରେ ରାଜି ନହେବାରୁ
ଆଉ ଦୁଇଟି ଯାଗା ତାଙ୍କ ଗାଡି ଦୋକାନ ଓ ରାଜଗାଙ୍ଗପୁରରଏକ ଷ୍ପଞ୍ଜ କାରଖାନାରେ କାମ କରିବାକୁ କହିଥିଲେ ଓ ତା ସହ କହିଥିଲେ ମିଡିଆ ଆଗରେ ଏସବୁ କଥା
ମିଛ ବୋଲି କହିବାକୁ କହିଥିଲେ, ତଥାପି ମହିଳା ଜଣକ ରାଜି ହୋଇନଥିବା ଜଣାପଡିଛି
। ତେବେ ଏନେଇ ପୁଲିସ ପାଖରେ କୌଣସି ଖବର ନଥିବା ବେଳେ ଅଭିଯୁକ୍ତ ଓ ପୀଡିତାଙ୍କର ମଧ୍ୟ ଫୋନ ଲାଗୁ
ନାହିଁ । ତେବେ ଏଭଳି କଥା ପଦାକୁ ଆସିବା ପରେ ଅଭିଯୁକ୍ତକୁ ପୁଲିସ ଛୁଟ ଛାଡିଥିବାରୁ ସେ ତାର ମନମାନି ଚଳାଇଛି ବୋଲି କୁହାଯାଉଛି । ଏଭଳି କାରବାର ମହିଳା
କଣକର ପରିବାରକୁ ଆହୁରି ଭୟଭିତ କରିଥିବା ଖବର ମଳିଛିି ।
ସେପଟେ ଅଭିଯୋଗ ହେବା ପରେ ଡାକ୍ତର ବଂଶଲ
ଅଭିଯୁକ୍ତ ସିନା ହେଲେ ଆସାମୀ ହୋଇନାହାନ୍ତି ତାଙ୍କର ଦୋଷ ପ୍ରମାଣିତ ହୋଇନାହିଁ, କିନ୍ତୁ
ତାଙ୍କ ପକ୍ଷରୁ ଯଦି ଏଭଳି କିଛି ଉଦ୍ୟମ ଚାଲିଥାଏ ଓ ଚାଲିଛିି ତେବେ ସେ ନିଜକୁ ଦୋଷୀ ବୋଲି ଏକ ପ୍ରକାର
ଲୋକଲୋଚନରେ ସଜାଉଛନ୍ତି ବୋଲି ଆଲୋଚନା ଚାଲିଛି । ଏହି ଡାକ୍ତରଖାନାରୁ ରାଜ୍ୟର କିଛି ମିଡିଆ ମୋଟା
ଅଙ୍କର ଵିଜ୍ଞାପନ ପାଉଥିବାରୁ ସେହି ମିଡିଆର କିଛି କୁଚିଆ କୁଆଡେ ଅଭିଯୁକ୍ତର ଦଲାଲ ସାଜିଥିବା କୁହାଯାଉଛି l ଏହି ଖବର ଯେମିତି ବେଶି ପ୍ରଚାର ହେବ ନାହିଁ, ବେଶି ବାହାରିବ ନାହିଁ ସେଥିଲାଗି ୫୦୦ରୁ ୫ହଜାର ଯାଏ
କୁଆଡେ ମିଡିଆକୁ ବାଂଟିବାରେ ଲାଗିଥିବା ଖବର ମିଳିଛି । ନିକଟରେ ରଘୁନାଥପାଲ୍ଲୀ ବିଧାୟକଙ୍କ ସାମ୍ବାଦିକ
ସମ୍ମିଳନୀରେ ଏକଥାକୁ ଜଣେ ସାମ୍ବାଦିକ ଉଠାଇବାରେ ବିଧାୟକ କହିଲେ ମୁଁ ସେ ମହିଳାଙ୍କ ସହ ଅଛି, ନ୍ୟାୟ
ଲାଗି ମୁଁ ଲଢେଇ କରିବି । ଏହି ଖବର କିଛି କୁଚିଆ ସାମ୍ବାଦିକ ଖବର ପାଇ କିଏ ଏମିତି ପଚାରିଲା ? ତମେ
ତ ସବୁ ୩୦୦, ୫୦୦ ନେଇଛ ବୋଲି କହି ସେ ଲୋକ ବିଷୟରେ ଖୋଜ ଖବର ନେବା ବେଳେ ଜଣେ ବାବୁୁ କହିଥିଲେ ବାବୁ ସିଏ ହେଲେ ସେହି ଲୋକ ଜିଏ ତୋ ସଂସ୍ଥାର
ନିିମନ୍ତ୍ରଣ ରକ୍ଷା କରି ମାଲିକାଣିଙ୍କ ସହ ମିଶି ଖିଆ ପିଆ କରିଥିବା ଲୋକ, ତୋ ଭଳି ସାମ୍ବାଦିକତା
ନାମରେ ବେଶ୍ୟାବୃତି କରୁଥିବା ମଣିଷ ନୁହେଁ । ଏହି ଘଟଣା ଏବେ ରାଉରକେଲାରେ ଲୋକଙ୍କ ପାଖରେ ପ୍ରତିଦିନ
ଆଲୋଚନା ଚାଲିଥିବା ବେଳେ ସରକାର ପୀଡ଼ିତା ମହିଳାଙ୍କୁ କି ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି
ରହିଲା ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ