ଭୁବନେଶ୍ୱର, ୨୯ ଜୁଲାଇ (ହି.ସ)- ସାତକୋଶିଆ ବାଘ ଶୂନ୍ୟ ହୋଇଯାଇଛି ବୋଲି କହିଛନ୍ତି ପିସିସିଏଫ୍ ପ୍ରେମ୍ ଝା। ସେ କହିଛନ୍ତି ଯେ ସାତକୋଶିଆକୁ ବର୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ। ୫ ବର୍ଷ ପୂର୍ବେ ସାତକୋଶିଆରେ ବାଘ ରହିଥିଲେ, ବର୍ତମାନ ଆଉ ବାଘ ନାହାନ୍ତି। ଶିମିଳିପାଳରେ ୨ ପ୍ରକାର ବାଘ ଅଛନ୍ତି, ନର୍ମାଲ ଟାଇଗର ଓ ବ୍ଲାକ୍ ଟାଇଗର। ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଉଛି। ଶିମିଳିପାଳରେ ବର୍ତମାନ ବାଘଙ୍କ ସଂଖ୍ୟା ୩୦ ରହିଛି । ଶାବକଙ୍କୁ ୨ବର୍ଷ ହେଲା ପରେ ସେମାନଙ୍କୁ ଗଣନାରେ ସାମିଲ କରାଯିବ ବୋଲି କହିଛନ୍ତି ପିସିସିଏଫ୍।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା