ସମାଲୋଚନାର ଲୋକାର୍ପଣ ଉତ୍ସବରେ ଡ଼ ସଞ୍ଜୀବ ଓତା ସମ୍ମାନିତ
କେନ୍ଦୁଝର, 29 ଜୁଲାଇ (ହି.ସ.) ଭୁବନେଶ୍ଵରର ସ୍ଵସ୍ଥି ପ୍ରିମିୟମ ହୋଟେଲ ସଭାଗୃହ ଠାରେ ବଡ଼ ଖବରର ନୂତନ ଖବରକାଗଜ ସମାଲୋଚନା ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ରାଜ୍ୟ ସରକାରଙ୍କ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବଡଖବର ର ପ
ସମାଲୋଚନାର ଲୋକାର୍ପଣ ଉତ୍ସବରେ ଡ଼ ସଞ୍ଜୀବ ଓତା ସମ୍ମାନିତ


କେନ୍ଦୁଝର, 29 ଜୁଲାଇ (ହି.ସ.) ଭୁବନେଶ୍ଵରର ସ୍ଵସ୍ଥି ପ୍ରିମିୟମ ହୋଟେଲ ସଭାଗୃହ ଠାରେ ବଡ଼ ଖବରର ନୂତନ ଖବରକାଗଜ ସମାଲୋଚନା ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ରାଜ୍ୟ ସରକାରଙ୍କ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବଡଖବର ର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଦ୍ଦେନ୍ଦୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାସ୍ଥ୍ୟ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ଦନ୍ତ ଚିକିତ୍ସକ ଡ଼ ସଞ୍ଜୀବ ଓତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କୁ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande