ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ଆନୁକୂଲ୍ୟରେ ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳିତ
ଜୟପୁର, ୨୯ ଜୁଲାଇ (ହି.ସ.)- ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ସର୍କଲ ପକ୍ଷରୁ ସ୍ଥାନିୟ ପାୱାର ହାଉସ କଲୋନୀ ଠାରେ ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳିତ ହୋଇଛି। ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳନ କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତ
ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ଆନୁକୂଲ୍ୟରେ ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳିତ


ଜୟପୁର, ୨୯ ଜୁଲାଇ (ହି.ସ.)- ଟି.ପି .ଏସ୍. ଓ. ଡି. ଏଲ୍. ଜୟପୁର ସର୍କଲ ପକ୍ଷରୁ ସ୍ଥାନିୟ ପାୱାର ହାଉସ କଲୋନୀ ଠାରେ ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳିତ ହୋଇଛି। ବଜ୍ରପାତ ସୁରକ୍ଷା ସଚେତନତା ଅଭିଯାନ ସପ୍ତାହ ପାଳନ କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କ ତତ୍ବାବଧନରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ସୌମ୍ୟ ରଞ୍ଜନ ଲେଙ୍କା ଓ ସୁଜିତ୍ କୁମାର ସ୍ବାଇଁ । ଜୟପୁର ସର୍କଲ ହେଡ୍ ମନ୍ମଥ ନାଥ ମୀଶ୍ର, ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ବଜ୍ରପାତ ସୁରକ୍ଷା ସଚେତନତା ଉପରେ ଆଲୋକପାତ କରିବା ସହ ୩୦-୩୦ ନିୟମ ଉପରେ ଆଲୋଚନା କରିଥିଲେ। ୩୦-୩୦ ନିୟମ ଅର୍ଥ:ବଜ୍ରପାତ ସମୟରେ ଯଦି ବିଜୁଳି ଆଲୋକ ଦେଖିବା ପରେ ୩୦ ସେକେଣ୍ଡ ମଧ୍ୟରେ ଗରଜ/ଶବ୍ଦ ଶୁଣାଯାଏ, ତେବେ ବଜ୍ରପାତ ୧୦ କି.ମି. ମଧ୍ୟରେ ହୋଇଥାଏ। ସେହି ସମୟରେ ସୁରକ୍ଷିତ ସ୍ଥାନକୁ ଯିବା ନିତ୍ୟାନ୍ତ ଆବଶ୍ୟକ।ବଜ୍ରଧ୍ୱନି ଶେଷ ହେବା ପରେ ୩୦ ମିନିଟ୍ ଅପେକ୍ଷା କରନ୍ତୁ , ତା ପରେ ଘର ଠାରୁ ବାହାରିବା ସୁରକ୍ଷିତ ଅଟେ l ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ବଜ୍ରପାତ ଠାରୁ ସୁରକ୍ଷିତ ରହିବା ପାଇଁ ଖାଲି ସ୍ଥାନ ମାନଙ୍କରେ ଲମ୍ବା ଗଣ୍ଡି ଥିବା ଗଛ ଲଗାଇବା ପାଇଁ ସାର୍ବଜନିନ ଆହ୍ବାନ ଦେଇଥିଲେ। ଯଥା: ତାଳ, ନଡିଆ, ଗୁଆ , ଆମ୍ବ, ପଣସ, ଶାଳ, ଶାଗୁଆନ, ଲିମ୍ବ ଆଦି। ଏହି କାର୍ଯ୍ୟକ୍ରମରେ ବିଶ୍ବଜିତ୍ ମେଣ୍ଡୁଳି, ଅଶୋକ ରଜାକ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଶୁଶିଲ କୁମାର ନାୟକ, ଅମ୍ଳାନ କାନୁନ୍ ଗୋ, ସପ୍ତର୍ସି ମଣ୍ଡଳ, ବିଚିତ୍ର କୁମାର ବେହେରା, ବେଦ ପ୍ରକାଶ, ରନ୍ଧିର ସିଂ, ଆଲୋକ କୁମାର ନାୟକ, ଜ୍ଞାନ ରଂଜନ ରାଉତ ଓ ସଚିତା ନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଜୟପୁର ବିଦ୍ୟୁତ୍ ଅଫିସ ପରିସରରେ ତାଳ ବୀଜ ରୋପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande