ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ବାର୍ଡ ଫ୍ଲୁ
ଭୟକୁ ନେଇ ଚିଲିକା ଓ ନନ୍ଦନକାନନରେ ସତର୍କତା ଜାରି କରାଯାଇଛି । ନନ୍ଦନକାନନରେ ଯେଉଁ ମାନେ ସବୁ
ଷ୍ଟାଫ ରହିଛନ୍ତି ସେମାନଙ୍କୁ ଏବାବଦରେ ସଚେତନ କରାଯାଇଛି । ଯଦି କୌଣସି ପକ୍ଷୀଙ୍କର ଫ୍ଲୁ
ଲକ୍ଷଣ ଦେଖାଯିବ ଯଥା, କାଶ,
ଛିଙ୍କ ଓ ଜ୍ୱର ହେଲେ ସେଥିପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି । ଦିନକୁ
ଦୁଇଥର ପକ୍ଷୀମାନଙ୍କୁ ଅବଜରବେଶନ କରିବେ, ତା ସହିତ ପ୍ରତ୍ୟେକ ଦିନ ପକ୍ଷୀମାନଙ୍କର ହାଲଚାଲ
ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରିବେ । ପ୍ରତ୍ୟେକ ଦିନ ପକ୍ଷୀଙ୍କ ଏନକ୍ଲୋଜର ସମ୍ମୁଖରେ ଏକ ଫୁଟ
ବାର୍ଥ ରଖାଯିବ । ଯାହାକି ଏକ ପଟାସିୟମ
ପରମାଙ୍ଗାନାଇଟ ମଧ୍ୟରେ ବୁଡିକି ରହିବ । ଯେଉଁ ମାନେ ଗୃହକୁ ପ୍ରବେଶ କରିବେ ସେଠାରେ ପାଦ
ବୁଡେଇକି ଯିବେ । ଯାହା ଫଳରେ ବାର୍ଡ ଏନକ୍ଲୋଜର ମଧ୍ୟକୁ କୌଣସି ଭାଇରସ ଯିବ ନାହିଁ । ଭେଟନାରୀ ଡାକ୍ତରଙ୍କ ପାଇଁ ଏକ ସ୍ୱତନ୍ତ୍ର କିଟ୍
ବ୍ୟବସ୍ଥା କରାଯାଇଛି । ଯେତେବେଳେ କୌଣସି ପକ୍ଷୀ ଏନକ୍ଲୋଜର ମଧ୍ୟକୁ ପ୍ରବେଶ କରିବେ ସେହି
ସମୟରେ ଏହି ସ୍ୱତନ୍ତ୍ର କିଟ ପରିଧାନ କରିବେ । ଏପରିକି ବାର୍ଡ କିପର ମାନଙ୍କ ପାଇଁ ସ୍ୱତନ୍ତ୍ର
ଭାବରେ ଗ୍ଲୋଭସ, କିଟ ଆଦି ପରିଧାନ ମଧ୍ୟ କରିବେ । ଯେତେବେଳେ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ସେହିଁ ସମୟରେ
ସମସ୍ତ ଜିନିଷକୁ ଡିସ୍ପୋଜାଲ କରିବେ । ପକ୍ଷୀ ଏନକ୍ଲୋଜରକୁ ଆଣ୍ଟି ଭାଇରସ ପ୍ରଟେକ୍ଟ କରାଯିବ ।
ପକ୍ଷୀ ଏନକ୍ଲୋଜର ସବୁବେଳେ ସଫାସୁତରା ରଖଯିବା ଆବଶ୍ୟକ । ଦିନ ରାତି ୨୪ ଘଣ୍ଟା ପ୍ରାଣୀ ଉଦ୍ୟନ
ମଧ୍ୟରେ ପାଟ୍ରୋଲିଙ୍ଗ କରନ୍ତି । ନନ୍ଦନକାନନରେ ଥିବା ଖୋଲା ପକ୍ଷୀ ବିହାରରେ ପର୍ଯ୍ୟଟକଙ୍କ ପାଇଁ
ପ୍ରବେଶ ବାରଣ କରାଯାଇଛି । ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ଭାବରେ ସଚେତନ କରାଯାଉଛି । ପକ୍ଷୀ
ସ୍ଥାନ ଆଦିରେ କୌଣସି ପ୍ରକାରର ଏନକ୍ଲୋଜରକୁ ଛୁଁଇବେ ନାହିଁ ।କାରଣ ଇନଫେକ୍ସନ ହେବାର ସମ୍ଭବନା
ଅଧିକ ଥାଏ ।ଚିକେନ କିମ୍ବା ଅଣ୍ଡା ଆଦି ବାହାର ଭେଣ୍ଡର୍ସମାନଙ୍କୁ ନନ୍ଦନକାନନକୁ ଆଣିବାକୁ ବାରଣ
କରାଯାଇଛି । ଏହା ସହିତ ସରକାରୀ ସ୍ତରରେ ମଧ୍ୟ ସୁରକ୍ଷିତ ସ୍ଥାନରୁ ଆଣିବେ ଚିକେନ ।ଯାହା ବିଭାଗ
ପକ୍ଷରୁ ନିର୍ଦେଶ ଦିଆଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାୟ 2 କିଲୋମିଟର ମଧ୍ୟରେ କୌଣସି ବାର୍ଡ ମାନଙ୍କ ଫାର୍ମ ରହିଛି ତାହା ଉପରେ
ନଜର ରହିଛି । ଏହା ସହିତ ସେଠାରେ ଯଦି କୌଣସି କାରଣରୁ ପକ୍ଷୀଙ୍କ ମୃତ୍ୟୁ ଘଟେ ବା ସଂକ୍ରମଣ ହୁଏ
ତେବେ ସେନେଇ ମଧ୍ୟ ନଜର ରହିଛି । କୌଣସି
ଏନକ୍ଲୋଜରରେ ପଶୁପକ୍ଷୀଙ୍କ ମଳ ବା ଖାଇଥିବା ବଳକା ଖାଦ୍ୟ ଆଦି ରହିଥିଲେ ତାହାକୁ ଏକ ସ୍ଥାନରେ
ପୋତା ଯିବା ସହିତ ପୋଡା ଯିବ । ଯାହା ଫଳରେ
କୌଣସି ସଂକ୍ରମଣ ହୋଇପାରିବ ନାହିଁ । ବାହାରୁ ଯେଉଁ ଗାଡି ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ
କରିବ ତାହା ଏକ ସ୍ୱତନ୍ତ୍ର ପାଣି ମଧ୍ୟରେ ଯିବ । ଯାହାଫଳରେ କି ସଂକ୍ରମଣ ନହେବାର ସମ୍ଭାବନା କମ
ରହିବ ବୋଲି ସହକାରୀ ବନ ସଂରକ୍ଷକ ଡାକ୍ତର ରୁଦ୍ର ପ୍ରସାଦ ରଥ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା