ଭୁବନେଶ୍ୱର, 29 ଜୁଲାଇ (ହି.ସ.)
- ଓଡ଼ିଶାରେ
ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖା , ବୈତରଣୀ,ଜଳକା ହୋଇଥିବା ବନ୍ୟା ଜଳସ୍ତର କମିଛି।ତଳିଆ
ଅଞ୍ଚଳରେ ଯେଉଁଠି ସବୁ ପାଣି ଅଛି ଆଗାମୀ ଦିନରେ ତାହା ନିଷ୍କାସନ ହୋଇଯିବ।ବର୍ତ୍ତମାନ କୌଣସି
ସ୍ଥାନରେ ଅସୁବିଧା ନାହିଁ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର
ପାଢ଼ୀ ।
ଗତକାଲି ବିଶେଷ ବର୍ଷା ହୋଇ
ନାହିଁ। ହୀରାକୁଦରେ ୨୦ ଟି ଗେଟ୍ ରେ ଜଳ ନିଷ୍କାସନ ହେଉଛି।ବର୍ତ୍ତମାନ ଲେବଲ୍ ଅଛି ୬୧୪.୨୭
ଫୁଟ।୨ ଲକ୍ଷ ୭୬ ହଜାର କ୍ୟୁସେକ ଇନ ଫ୍ଲୋ ଅଛି ।୩ ଲକ୍ଷ ୪୦ ହଜାର ପାଣି ନିଷ୍କାସିତ
ହେଉଛି।ଆଗକୁ ବର୍ଷାର ପରିମାଣ ଦେଖି ପର୍ଯ୍ୟାୟ କ୍ରମେ ଆଗକୁ ବନ୍ଦ ହେବ ଗେଟ୍।ରେଙ୍ଗାଲି ରେ ୩
ଟି ଗେଟ୍ ଖୋଲାଅଛି।ଜଳସ୍ତର ହ୍ରାସ ପାଉଛି।୨ହଜାର ୪୯୦ କ୍ୟୁମେକ ଜଳ ପ୍ରବେଶ କରୁଛି ।୪ ହଜାର
୬୦୦ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି ।ଲେବଲ ରହିଛି ୧୨୧.୬୮।କୌଣସି ପ୍ରକାରର ଖରାପ ସ୍ଥିତି
ନାହିଁ। ବିପଦ ସଂକେତ ତଳେ ରହିଛି ଜଳସ୍ତର।
ଆଖୁଆପଦାରେ ବୈତରଣୀ ନଦୀ
ଜଳ ସ୍ତର ବଢିଥିଲା। ବର୍ତମାନ ତାହା କମିଛି ।ବର୍ତ୍ତମାନ ତାହାର ଲେବଲ ଅଛି ୧୭.୩୫ ।ବିପଦ ସଂକେତ
ତଳେ ରହିଛି ଜଳ ସ୍ତର। ମୟୂରଭଞ୍ଜର ରାସଗୋବିନ୍ଦପୁରରେ ଏକ ଘାଇ ହୋଇଥିଲା । ତାହାର କାମ ଚାଲିଛି
ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା