ଭୁବନେଶ୍ୱର, 29 ଜୁଲାଇ (ହି.ସ.)-ଏଏସଆଇ ସୋସିଆଲ
ମିଡ଼ିଆ ପେଜରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ହେବା, ମହାପ୍ରସାଦ ଅନଲାଇନରେ ବିକ୍ରି ହେବା ଏବଂ ଚଷମାରେ ହିଡେନ କ୍ୟାମେରା ଲଗାଇ ମନ୍ଦିରକୁ
ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏ ବାବଦରେ
ଆବଶ୍ୟକୀୟ ପଦକ୍ଷେପ ମନ୍ଦିର ପ୍ରଶାସନ ନେବ । ମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ଵାଧୀନତା
ଦିଆଯାଇଛି । ଯେତେ କଠୋର ପଦକ୍ଷେପ ଆବଶ୍ୟକ ମନ୍ଦିର ପ୍ରଶାସନ ନେଇପାରିବେ । ସେଥିପାଇଁ ମନ୍ଦିର
ପ୍ରଶାସନକୁ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଏହାସହ ନୀତିକାନ୍ତି ବିଳମ୍ବ
ହେବା ଉପରେ ମଧ୍ୟ ମନ୍ଦିର ପ୍ରଶାସନ ତର୍ଜମା କରୁଛି । ସେ ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବ
ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା