ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ନନ୍ଦନକାନନରେ
ପାଳନ ହୋଇଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ।
ସ୍କୁଲ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ୟାଘ୍ର ସୁରକ୍ଷା ପାଇଁ ସଚେତନତା
ବାର୍ତ୍ତା ଗ୍ରହଣ କରିଛନ୍ତି ।
ଏହା ସହ ବ୍ୟାଘ୍ର
ସୁରକ୍ଷାକାରୀକୁ ସମ୍ମାନିତ କରାଯାଇଛି । ଛୋଟ ପିଲାଙ୍କ କୁଇଜ୍ ପ୍ରତିଯୋଗିତା ସହ ଦସ୍ତଖତ
ଅଭିଯାନରେ ସାମିଲ ହୋଇଥିଲେ ।
ଏହା ସହ ଭିଡିଓଗ୍ରାଫି
ପ୍ରତିଯୋଗିତା ମଧ୍ୟ ହୋଇଥିଲା । ନନ୍ଦନକାନନରେ ମେଲାନିଷ୍ଟିକ ବାଘର ପ୍ରଜନନ ପାଇଁ ଗୁରୁତ୍ଵ
ଦିଆଯାଉଥିବା କହିଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ରୁଦ୍ର ପ୍ରସାଦ ରଥ । ଆନ୍ତର୍ଜାତିକ
ବ୍ୟାଘ୍ର ଦିବସ ୨୦୧୬ରୁ ନନ୍ଦନକାନନରେ ପାଳନ ହୋଇ ଆସୁଛି। ସାରା ଭାରତରେ ଏବେ ୩୭୦୦ ବାଘ
ରହିଛନ୍ତି। ଏବେ ନନ୍ଦନକାନନ ରେ ୨୯ଟି ବାଘ ରହିଛନ୍ତି।
୧୯ଟି ସାଧାରଣ ରଙ୍ଗର ବାଘ, ୬ଟି
ଧଳା ଓ ୪ଟି ମେଲେନାଷ୍ଟିକ ବାଘ ରହିଛନ୍ତି। ଏଥର ସେଭ ଟାଇଗର ଥିମରେ କାର୍ଯ୍ୟକ୍ରମ ହୋଇଛି ।
ପ୍ରଜନନ ନନ୍ଦନକାନନରେ ଚାଲିଛି। ପ୍ରତେକ ବର୍ଷ ବାଘ ସଂଖ୍ୟା ବଢୁଛି। ନିକଟସ୍ଥ ଚିଡିଆଖାନାରେ
ଏକ୍ସଚେଞ୍ଜ କରାଯାଉଛି। ସେଣ୍ଟର ଜୁ ଅଥରୀଟିଙ୍କ ଠାରୁ
ଅନୁମତି ପାଇଲେ ନୂଆ ବାଘ ଆସିବାର ସମ୍ଭାବନା ରହିଛି। ମେଲାନିଷ୍ଟିକ ଟାଇଗର ପ୍ରଜନନ ପାଇଁ ବେଶ ପ୍ରାଧାନ୍ୟ
ଦିଆଯାଉଛି ବୋଲି ସହକାରୀ ବନ ସଂରକ୍ଷକ ଡକ୍ଟର ରୁଦ୍ର ପ୍ରସାଦ ରଥ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା