ଭୁବନେଶ୍ୱର, 29 ଜୁଲାଇ (ହି.ସ.)
- ଝାରଖଣ୍ଡର ଦେଵଓଘରରେ
କାଉଡ଼ିଆମାନେ ବସରେ ଯାଉଥିବାବେଳେ ଘଟିଥିବା ଦୁର୍ଘଟଣାରେ କେତେକ ଶ୍ରଦ୍ଧାଳୁଙ୍କ ଦୁଃଖଦ ମୃତ୍ୟୁ
ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ହୃଦୟବିଦାରକ ଘଟଣାକୁ ନେଇ ବିରୋଧୀ ଦଳ ନେତା ଓ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ନବୀନ ପଟ୍ଟନାୟକ ତାଙ୍କ
ଶୋକ ବାର୍ତ୍ତାରେ କହିଛନ୍ତି, “ଝାରଖଣ୍ଡ, ଦେଓଘରରେ
କାଉଡ଼ିଆମାନେ ବସରେ ଯାଉଥିବାବେଳେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ଦୁଃଖଦ ମୃତ୍ୟୁର ସମ୍ବାଦ ଶୁଣି
ବହୁତ ଦୁଃଖିତ । ଏହି ଶୋକ ସମୟରେ ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ଅଛି। ଆହତମାନଙ୍କ
ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା