ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କ ଉପରେ ବର୍ଷିଲେ
ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । କହିଲେ ପ୍ରୀତି ରଞ୍ଜନ ଘଡେଇ ଯେଭଳି ଲୋକଙ୍କୁ ହିଂସାକାଣ୍ଡ ନିଭାଇବାକୁ
ଉତେଜିତ କରୁଛନ୍ତି ସୁକିନ୍ଦାରେ କେତେବେଳେ କଣ ହେଇଯିବ ତାହା କହି ହେବନି । ଦେଶରେ ସମ୍ବିଧାନ
ଗୋଟେ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଗଲେ ତେଣୁ ଆଇନ କାନୁନକୁ
ତାଙ୍କର ଆଉ ଖାତିର ନାହିଁ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା
ଆଡ଼ିସିନାଲ ଏସ୍ପି ଓ ଏସ୍ପିଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ । ଆଲୋଚନା
ମାଧ୍ୟମରେ ସବୁ କଥାର ସମାଧାନ ହୁଏ କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତେଜିତ କରେଇ
ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି । ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ କେତେ ଲୋକଙ୍କର
ଧନ ଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ସମବାୟ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା