ଭିଜିଲାନ୍ସ ଜାଲରେ ଆର ଆଣ୍ଡ ଡବ୍ଲୁଡିଭିଜନ୍‌ର ସହକାରୀ ଯନ୍ତ୍ରୀ
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଭିଜିଲାନ୍ସ ଜାଲରେ ଆର ଆଣ୍ଡ ଡବ୍ଲୁଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା । ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ କରିଛି । କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ନୟାଗଡ଼ର ୨ଟି ସ୍ଥାନ, ପ
ଭିଜିଲାନ୍ସ ଜାଲରେ ଆର     ଆଣ୍ଡ ଡବ୍ଲୁଡିଭିଜନ୍‌ର ସହକାରୀ ଯନ୍ତ୍ରୀ


ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ଭିଜିଲାନ୍ସ

ଜାଲରେ ଆର ଆଣ୍ଡ ଡବ୍ଲୁଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା । ଏକକାଳୀନ ୧୦ଟି

ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ କରିଛି । କେବଳ ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ

ରେଡ୍ କରିଛି । ନୟାଗଡ଼ର ୨ଟି ସ୍ଥାନ, ପୈତୃକ ଗାଁ ଓ ଶ୍ବଶୂର ଘରେ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି

ଠୁଳ ଅଭିଯୋଗରେ ଛାନ୍‌ଭିନ୍‌ କରିଛି ଭିଜିଲାନ୍ସ ।

ତାଙ୍କର 13ଟି ଉଚ୍ଚ ଦରର

ପ୍ଲଟ ଠାବ ହୋଇଛି । 9ଟି ପ୍ଲଟ ଭୁବନେଶ୍ୱର ରେ, 3ଟି ନୟାଗଡ଼ ଏବଂ ଗୋଟିଏ ପ୍ଲଟ ଖୋର୍ଦ୍ଧାରେ ରହିଛି । ଉତ୍କଳ ଗ୍ୟାଲେରିଆ ମଲରେ ରହିଛି

ସୋ ରୁମ, ସିମ୍ପୋନି ମଲରେ ରହିଛି ଦୋକାନ । ବ୍ୟାଙ୍କ ଡିପୋଜିଟ ଏବଂ

ଇନଭେଷ୍ଟ ମେଣ୍ଟର ଚାଲିଛ ଖୋଳ ତାଡ଼ । ଭିଜିଲାନ୍ସର ଟେକ୍ନିକାଲ ଟିମ ମାପ ଏବଂ ମୂଲ୍ୟ

ନିର୍ଦ୍ଧାରଣ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande