ଇଣ୍ଡୋନେସିଆରେ ବାଲି ନିକଟରେ ଡଙ୍ଗା ବୁଡି ,ତିନି ଜଣଙ୍କର ମୃତ୍ୟୁ ,58 ନିଖୋଜ
ଜକାର୍ତା 3 ଜୁଲାଇ (ହି.ସ)-ଇଣ୍ଡୋନେସିଆର ରିସାର୍ଟ ଦ୍ୱୀପ ବାଲି ନିକଟରେ ଏକ ନୌକା ବୁଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ 58 ଜଣ ନିଖୋଜ ହୋଇଯାଇଛନ୍ତି।ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ନିଖୋଜ ଯାତ୍ରୀମାନଙ୍କୁ ଖୋଜୁଛନ୍ତି।ଦଳ ଚାରିଜଣଙ୍କୁ ଉଦ୍ଧାର କରିଛି।ଚୀନର ସରକାରୀ ନ୍ୟୁଜ ଏଜେନ୍ସୀ ଶିନ୍ହ
ଇଣ୍ଡୋନେସିଆରେ ବାଲି ନିକଟରେ ଡଙ୍ଗା ବୁଡି ,ତିନି ଜଣଙ୍କର ମୃତ୍ୟୁ ,58 ନିଖୋଜ


ଜକାର୍ତା 3 ଜୁଲାଇ (ହି.ସ)-ଇଣ୍ଡୋନେସିଆର ରିସାର୍ଟ ଦ୍ୱୀପ ବାଲି ନିକଟରେ ଏକ ନୌକା ବୁଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ 58 ଜଣ ନିଖୋଜ ହୋଇଯାଇଛନ୍ତି।ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ନିଖୋଜ ଯାତ୍ରୀମାନଙ୍କୁ ଖୋଜୁଛନ୍ତି।ଦଳ ଚାରିଜଣଙ୍କୁ ଉଦ୍ଧାର କରିଛି।ଚୀନର ସରକାରୀ ନ୍ୟୁଜ ଏଜେନ୍ସୀ ଶିନ୍ହୁଆ ଖବର ଅନୁସାରେ ଏହି ନୌକା ଦୁର୍ଘଟଣା ବୁଧବାର ମଧ୍ୟରାତ୍ରିରକିଛି ପୁର୍ବରୁ ଘଟିଥିଲା।ଜଣେ ବରିଷ୍ଠ ଉଦ୍ଧାର ଅଧିକାରୀ ଆଜି ସକାଳେ ଏହା ନିଶ୍ଚିତ କରିଛନ୍ତି।ବାଲିରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟର ମୁଖ୍ୟ ଆଇ ନ୍ୟୋମନ ସିଦକାର୍ଯ୍ୟ ଅନୁସାରେ ଏହି ନୌକା ବାଲି ଏବଂ ପୁର୍ବୀ ଜାୱା ପ୍ରଦେଶ ମଧ୍ୟରେ ସମୁଦ୍ର ସୀମାରେ ଉଚ୍ଚ ଢେଉରେ ଧକ୍କା ହେବା ପରେ ବୁଡି ଯାଇଥିଲା।ସେ କହିଛନ୍ତି ଯେ ତିନିଜଣଙ୍କରମୃତ୍ୟୁ ଘଟିଛି।ଅନ୍ୟ ଚାରିଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି।ଏହା ନୌକା ପୁର୍ବୀ ଜାୱାର ବନ୍ୟୁବାଙ୍ଗୀ ରିଜେନ୍ସୀର ଏକ ବନ୍ଦରରୁ ଛାଡିଥିଲା।ନୌକା ବାଲିର ଜେମ୍ବ୍ରାନା ରିଜେନ୍ସୀର ଗିଲିମନୁକ ଗ୍ରାମର ଏକ ବନ୍ଦରକୁ ଯାଉଥିବାବେଳେ ହଠାତ ଉଚ୍ଚ ଲହରୀ ମଧ୍ୟରେ ଏହା ଓଲଟି ପଡିଥିଲା।ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।ଏହି ଅଭିଯାନରେ ବାଲି ଏବଂ ପୁର୍ବୀ ଜାୱା ଉଭୟ ଦଳ ସାମିଲ ଅଛନ୍ତି।ଦୁର୍ଘଟଣା ସମୟରେ ନୌକାରେ 53 ଜଣ ଯାତ୍ରୀ ଏବଂ 12 ଜଣ କ୍ରୁ ସଦସ୍ୟଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande