ଲଗାଣ ବର୍ଷାରେ ଭାଙ୍ଗିଲା ୧୫ଟି ଘର
ଜୟପୁର, ୩ ଜୁଲାଇ (ହି.ସ.)- ଲଗାଣ ବର୍ଷାରେ ଜନଜୀବନ ଅସ୍ତବସ୍ତ ହୋଇଥିବା ବେଳେ ଜୟପୁର ବ୍ଲକରେ ୧୫ଟି ଘର ଭାଙ୍ଗି ଥିବା ପ୍ରଶାସନ ନିକଟରେ ସୂଚନା ପହଞ୍ଚିଛି । କଙ୍ଗାରେ ୨ଟି ଖଇରମୁଣ୍ଡିରେ ୨ଟି, ଜାମୁଣ୍ଡାରେ ୪ଟି, ଜୟନ୍ତିଗିରିରେ ୧ଟି, ବାଲିପୁଜାରିପୁଟରେ ୧ଟି ଜୟପୁର ରେ ୧ଟି ଫାମ୍ପୁଣିରେ ୩ଟ
ଲଗାଣ ବର୍ଷାରେ  ଭାଙ୍ଗିଲା ୧୫ଟି ଘର


ଜୟପୁର, ୩ ଜୁଲାଇ (ହି.ସ.)- ଲଗାଣ ବର୍ଷାରେ ଜନଜୀବନ ଅସ୍ତବସ୍ତ ହୋଇଥିବା ବେଳେ ଜୟପୁର ବ୍ଲକରେ ୧୫ଟି ଘର ଭାଙ୍ଗି ଥିବା ପ୍ରଶାସନ ନିକଟରେ ସୂଚନା ପହଞ୍ଚିଛି । କଙ୍ଗାରେ ୨ଟି ଖଇରମୁଣ୍ଡିରେ ୨ଟି, ଜାମୁଣ୍ଡାରେ ୪ଟି, ଜୟନ୍ତିଗିରିରେ ୧ଟି, ବାଲିପୁଜାରିପୁଟରେ ୧ଟି ଜୟପୁର ରେ ୧ଟି ଫାମ୍ପୁଣିରେ ୩ଟି ଓ ହାଡିଆରେ ୧ଟି ଘର ଭାଙ୍ଗିଛି । ସୂଚନା ପାଇବା ପରେ ପ୍ରଶାସନ ପହଞ୍ଚି ପଲିଥିନ ଦେବାର ବ୍ୟବସ୍ଥା କରିଥିବା ଜୟପୁର ତହସିଲ ତରଫରୁ ଆଜି ଅପରାହ୍ନ ୪ଟାରେ ଚିତ୍ତରଞ୍ଜନ ପଟ୍ଟନାୟର ସୂଚନା ଦେଇଛନ୍ତି । ୪ ଦିନ ଲଗାଣ ବର୍ଷାରେ ୩୨ଟି ଘର ଭାଙ୍ଗିଥିବା ଜଣାଯାଇଛି । ଆଜି ବର୍ଷା କମିଥିବା ବେଳେ ଝିପି ଝିପି ଲାଗି ରହିଛି । କୋହଲିଆ ଶୀତୁଆ ପାଗ ରହଛି । ଫଳରେ ଦୋକନ, ବଜାର ବନ୍ଦ ରହିଥିବା ବେଳେ ରାସ୍ତାରେ ଭିଡ ନଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande