ନୌସେନା ମୁଖ୍ୟ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଛତ୍ରପତି ଶିବାଜୀ ମହାରାଜଙ୍କ 'ରାଜମୁଦ୍ରା'ର ପ୍ରତିକୃତି
ନୂଆଦିଲ୍ଲୀ, ୩ ଜୁଲାଇ (ହି.ସ.)- ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠି ଗୁରୁବାର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବାସଭବନରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆଡମିରାଲ ତ୍ରିପାଠି ଉପରାଷ୍ଟ୍ରପତିଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ ''ରାଜମୁଦ୍ରା''ର ପ
ନୌସେନା ମୁଖ୍ୟ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଛତ୍ରପତି ଶିବାଜୀ ମହାରାଜଙ୍କ 'ରାଜମୁଦ୍ରା'ର ପ୍ରତିକୃତି


ନୂଆଦିଲ୍ଲୀ, ୩ ଜୁଲାଇ (ହି.ସ.)- ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠି ଗୁରୁବାର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବାସଭବନରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆଡମିରାଲ ତ୍ରିପାଠି ଉପରାଷ୍ଟ୍ରପତିଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ଐତିହାସିକ 'ରାଜମୁଦ୍ରା'ର ପ୍ରତିକୃତି ପ୍ରଦାନ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ ଭେଟିବାର ଚିତ୍ର ସେୟାର କରିବା ସମୟରେ ଏହି ସୂଚନା ଦିଆଯାଇଛି ।

ଏହି ରାଜମୁଦ୍ରାକୁ ମରାଠା ସାମ୍ରାଜ୍ୟର ଗୌରବମୟ ଐତିହ୍ୟ ଏବଂ ପ୍ରଶାସନିକ ଦୂରଦୃଷ୍ଟିର ପ୍ରତୀକ ଭାବରେ ବିବେଚନା କରାଯାଏ । ଏଥିରେ ଖୋଦିତ ସଂସ୍କୃତ ଶ୍ଲୋକର ଅର୍ଥ ହେଉଛି, ଶାହାଜୀଙ୍କ ପୁତ୍ର ଶିବାଜୀଙ୍କ ଏହି ମୋହର, ପ୍ରଥମ ରାତିର ଅର୍ଦ୍ଧଚନ୍ଦ୍ର ସଦୃଶ ସମସ୍ତଙ୍କ କଲ୍ୟାଣ ପାଇଁ ଝଲସୁଛି, ଯାହା ସାରା ବିଶ୍ୱରେ ନିରନ୍ତର ପ୍ରସାରିତ ଏବଂ ପୂଜିତ ହେଉଛି ।

ଏହି ଉପହାରକୁ ଐତିହାସିକ ଏବଂ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରି ଉପରାଷ୍ଟ୍ରପତି ଧନଖଡ଼ ଛତ୍ରପତି ଶିବାଜୀ ମହାରାଜଙ୍କ ଶାସନ, ନୀତି ଏବଂ ଦେଶପ୍ରେମକୁ ସ୍ମରଣ କରିଛନ୍ତି । ସେ କହିଛନ୍ତି ଯେ, ଶିବାଜୀ ମହାରାଜଙ୍କ ଜୀବନ ଏବେ ବି ଜନସେବା, ନୀତିପୂର୍ଣ୍ଣ ପ୍ରଶାସନ ଏବଂ ସ୍ୱାଭିମାନର ପଥ ପ୍ରଦର୍ଶକ ଅଟେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande