ପୁରୀ, ୩ ଜୁଲାଇ (ହି.ସ.) - ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆସନ୍ତାକାଲି ତା. ୦୪.୦୭.୨୦୨୫ (ଶୁକ୍ରବାର), “ସନ୍ଧ୍ୟା ଦର୍ଶନ” ଦିନ, ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ।
ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।
ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ କ୍ଷ ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ୟବସ୍ଥାକୁ, ମହାପ୍ରଭୁଙ୍କ ନୀତି ସମ୍ପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ସହଯୋଗ କରିବେ ବୋଲି ଆଶା।
ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଜୟ