ବଲାଙ୍ଗିର, 30 ଜୁଲାଇ (ହି.ସ.)ଜୁଲାଇ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ୬୫ ତମ ଓଡିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ସନ୍ତରଣlଗାର ଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବଲାଙ୍ଗୀରର ବିଭିନ୍ନ ସ୍କୁଲରୁ ସର୍ବମୋଟ ୧୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ସନ୍ତରଣର ବିଭିନ୍ନ ବିଭାଗରେ ୧୫ ଟି ମେଡାଲ ହାସଲ କରିଥିଲେ l ସେଥି ମଧ୍ୟରୁ ବଲାଙ୍ଗୀର ପତିତପାବନ ଏକାଡେମୀର ୬ ଜଣ ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ବର୍ଗରେ ମେଡାଲ ହାସଲ କରି ବଲାଙ୍ଗୀର ପାଇଁ ଗୌରବ ଆଣିଦେଇଛନ୍ତି l ସ୍କୁଲର ଦଶମ ଶ୍ରେଣୀର ଛାତ୍ର ସୋମନାଥ ପୁଟେଲ ୫୦ ମିଟର ବଟରଫ୍ଲାଇ ଷ୍ଟ୍ରୋକରେ ବ୍ରୋଞ୍ଜ ମେଡାଲ, ୮୦୦ ମିଟର ଫ୍ରି ଷ୍ଟାଇଲ୍ ରେ ରୌପ୍ୟ ମେଡାଲ, ୪×୧୦୦ ମିଡଲେ ରିଲେ ରେ ରୌପ୍ୟ, ୧୦୦ ମିଟର ବଟରଫ୍ଲାଇ ଷ୍ଟ୍ରୋକ ରେ ବ୍ରୋଞ୍ଜ ବ୍ରୋଞ୍ଜ ପଦକ, ସ୍ଵାଗତ ସେଠ୍ ୫୦ ମିଟର ବେକ ଷ୍ଟ୍ରୋକ ରେ ସ୍ଵର୍ଣ୍ଣ, ୧୦୦ ମିଟର ବେକ ଷ୍ଟ୍ରୋକରେ ରୌପ୍ୟ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ର ସୌରଭ ପୁଟେଲ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ, ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ରୌପ୍ୟ, ୪×୧୦୦ ମେଡଲି ରିଲେ ରେ ରୌପ୍ୟ ପଦକ ହାସଲ କରିଛନ୍ତି l ଏମାନଙ୍କ ସହିତ ସ୍କୁଲର ଛାତ୍ର ସକ୍ଷମ ସେଠ୍, ମନିକୋଷ ନାଏକ ଓ ଶ୍ରବଣ ସେଠ୍ ମଧ୍ୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗୀରରୁ ପ୍ରତିନିଧିତ୍ଵ କରି ମେଡାଲ ହାସଲ କରିଛନ୍ତି l ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅଂଶୁପା ଭୋଇ ଓ କ୍ରୀଡ଼ା ଶିକ୍ଷୟତ୍ରୀ ସସ୍ମିତାରାଣୀ ମିଶ୍ର ସମସ୍ତ କୃତୀ ଛାତ୍ର ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି l ଆଜି ସ୍କୁଲ ପରିସରରେ ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ