କଂଗ୍ରେସ ଓ ବି ଜେ ଡି ନେତା ଙ୍କ ରେକର୍ଡ ବଳାତ୍କାର ପ୍ରତିବାଦରେ ସୋନପୁର ଠାରେ ବିଜେପି କାର୍ଯ୍ୟକର୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ
ସୁବର୍ଣ୍ଣପୁର, ୩୦ ଜୁଲାଇ(ହି.ସ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ କୁଶ ପୁତଳିକା ଦାହ କରିଛି ସୁବର୍ଣ୍ଣପୁର ବିଜେପି। ଆଜି ସନ୍ଧ୍ୟାରେ ସୋନପୁର ଭାଜପା ତରଫରୁ ସଦର ବିଜୁ ପଟ୍ଟନାୟକ ଛକ ଠାରେ କଂଗ୍ରେସ ଓ ବିଜେଡି ଦଳ ର ଶାସନ ସମୟରେ ହୋଇଥିବା ନାରୀ ନ
କଂଗ୍ରେସ ଓ ବି ଜେ ଡି ନେତା ଙ୍କ ରେକର୍ଡ ବଳାତ୍କାର ପ୍ରତିବାଦରେ ସୋନପୁର ଠାରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ବିକ୍ଷୋଭ ପ୍ରଦର୍ଶନ


କଂଗ୍ରେସ ଓ ବି ଜେ ଡି ନେତା ଙ୍କ ରେକର୍ଡ ବଳାତ୍କାର ପ୍ରତିବାଦରେ ସୋନପୁର ଠାରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ବିକ୍ଷୋଭ ପ୍ରଦର୍ଶନ


ସୁବର୍ଣ୍ଣପୁର, ୩୦ ଜୁଲାଇ(ହି.ସ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ କୁଶ ପୁତଳିକା ଦାହ କରିଛି ସୁବର୍ଣ୍ଣପୁର ବିଜେପି। ଆଜି ସନ୍ଧ୍ୟାରେ ସୋନପୁର ଭାଜପା ତରଫରୁ ସଦର ବିଜୁ ପଟ୍ଟନାୟକ ଛକ ଠାରେ କଂଗ୍ରେସ ଓ ବିଜେଡି ଦଳ ର ଶାସନ ସମୟରେ ହୋଇଥିବା ନାରୀ ନିର୍ଯାତନା ଓ ଅସଂଖ୍ୟ ବଳାତ୍କାର ଘଟଣା ପ୍ରତିବାଦରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ କୁଶ ପୁତଳିକା ଦାହ କରାଯାଇଛି। ଏହି ସମୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ୨୫ ବର୍ଷରେ ହୋଇଥିବା ନାରୀ ନିର୍ଯାତନାକୁ ମନେପକେଇ ଓ ଧର୍ଷଣ ଅଭିଯୋଗରେ ନିକଟ ରେ ଜେଲ୍ ଯାଇଥିବା ରାଜଧାନୀର ବିଜେଡି କର୍ପୋରେଟର ଅମରେଶ ଜେନା ଓ କଟକ ଛାତ୍ର କଂଗ୍ରେସ ସଭାପତି ଉଦିତ ପଧାନଙ୍କୁ ବିରୋଧ କରି ବିଜେପି କର୍ମୀ ବିଭିନ୍ନ ନାରା ଦେବା ସହ ସ୍ଲୋଗାନ ମାନ ଦେଇଥିବା ଦେଖିବାକୁ ମିଳିଥିଲା। ବଳତ୍କାର ପ୍ରତିଯୋଗିତା ଲେଖାଥିବା ଏକ ବ୍ୟାନରକୁ ହାତ ରେ ଧରି ଉଭୟ ବିଜେଡି ଓ କଂଗ୍ରେସ ବିରୋଧରେ ଗର୍ଜିଥିଲେ ସୁବର୍ଣ୍ଣପୁର ଜିଲ୍ଲାର ବିଜେପି କାର୍ଯ୍ୟକର୍ତା ଓ ନବୀନ ପଟ୍ଟନାୟକ ଓ ଭକ୍ତ ଦାସଙ୍କ କୁଶ ପୁତଳିକା ଦାହ କରିଥିଲେ। ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସଙ୍କ ନେତୃତ୍ୱରେ ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ନଗର ମଣ୍ଡଳ ସଭାପତି ସୁରେଶ ବିଶ୍ୱାଳ, କାଉନସିଲର ଗଙ୍ଗା ତରିଆ, ଗଣେଶ ସାହୁ, ନଗର ମିଡିଆ ପ୍ରଭାରୀ ନିରଞ୍ଜନ ତ୍ରିପାଠୀ, ନଳିନୀ ପଣ୍ଡା, ତ୍ରିଲୋଚନ ତରିଆ ପ୍ରମୁଖ ଶତାଧିକ ବିଜେପି ନେତା କର୍ମୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande