ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ନଦୀ ପଠାରେ
ଚିହ୍ନଟ ହେବ ବ୍ଲାକ ସ୍ପଟ। କୁମ୍ଭୀର ଆକ୍ରମଣକୁ ରୋକିବା ପାଇଁ ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ।
ନଦୀ ତଟରେ ବ୍ଲାକ ସ୍ପଟ ଚିହ୍ନଟ ସହ ବ୍ୟାରିକେଡ କରାଯିବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ
ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ । ଏହା ସହ ସତର୍କତା ସାଇନବୋର୍ଡ ଲାଗିବ। ଯେଉଁ
ସ୍ଥାନରେ କୁମ୍ଭୀରଙ୍କ ଗତିବିଧି ଅଧିକ ରହୁଛି ସେ
ସ୍ଥାନରେ ସରକାର ଅଧିକ ସତର୍କତା ଅବଲମ୍ବନ କରିବେ। କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ
ସ୍ପଟ ଚିହ୍ନଟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା