ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ରୋଗର ନିରାକରଣ ନେ଼ଇ ବିଶୋଧନ ପ୍ରକ୍ରିୟା ଆରମ୍ଭ।
ଖୋର୍ଦ୍ଧା, 30 ଜୁଲାଇ (ହି.ସ.)କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଡକ ଦେଖାଯିବା ସହିତ ବାର୍ଡ ଫ୍ଲୁ ରୋଗ ବ୍ୟାପିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କୁକୁଡା ଫାର୍ମରେ କୁକୁଡା ମରାଯାଇଥିଲା।ସେହିପରି ଏବେ ବିଭିନ୍ନ ଫାର୍ମରେ ବିଶୋଧିକରଣ କରାଯାଉଛି।ତେବେ ବୁଧବାର ସୁଦ୍ଧା ୨୧ ଟି କୁକୁଡ଼ା ଫର
ବାର୍ଡ ଫ୍ଲୁ


ଖୋର୍ଦ୍ଧା, 30 ଜୁଲାଇ (ହି.ସ.)କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଡକ ଦେଖାଯିବା ସହିତ ବାର୍ଡ ଫ୍ଲୁ ରୋଗ ବ୍ୟାପିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ କୁକୁଡା ଫାର୍ମରେ କୁକୁଡା ମରାଯାଇଥିଲା।ସେହିପରି ଏବେ ବିଭିନ୍ନ ଫାର୍ମରେ ବିଶୋଧିକରଣ କରାଯାଉଛି।ତେବେ ବୁଧବାର ସୁଦ୍ଧା ୨୧ ଟି କୁକୁଡ଼ା ଫର୍ମକୁ ୮ଟି ଆର ଆର ଟି ଦଳ ଦ୍ୱାରା ସମ୍ପୂର୍ଣ ବିଶୋଧି କରଣ କରାଯାଇଅଛି। ଆସନ୍ତା କାଲି ସୁଦ୍ଧା ଅବଶିଷ୍ଟ କୁକୁଡ଼ା ଫାର୍ମ ଗୁଡିକର ବିଶୋଧି କରଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ବୋଲି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ଏପରିକି ଅନେକ ସନ୍ଦେହତ୍ମକ ଫାର୍ମରୁ ଉଚ୍ଚତର ପ୍ରୟୋଗଶାଳାକୁ ପରୀକ୍ଷା ପାଇଁ ପଠା ଯାଇଥିବା ନମୁନାର କୌଣସି ପ୍ରକାରର ପଜେଟିଭ ରିପୋର୍ଟ ହସ୍ତଗତ ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande