କୋଇଲା ଉତ୍ପାଦନରେ ଦେଶରେ ଓଡ଼ିଶା ଏକ ନମ୍ବର
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- କୋଇଲା ଉତ୍ପାଦନରେ ଦେଶରେ ଓଡ଼ିଶା ଏକ ନମ୍ବର । କୋଇଲା ଉତ୍ପାଦନ ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ କୋଇଲା ଓଡ଼ିଶାରୁ ହେଉଛି ଉତ୍ପାଦନ । ୨୦୨୪-୨୫ ମସିହାରେ ଓଡ଼ିଶାର ବିଭିନ୍ନ କୋଇଲା ଖଣିରୁ ୨୬୯.୩୬ ମିଲିଅନ ଟନ କୋଇଲା
କୋଇଲା ଉତ୍ପାଦନରେ ଦେଶରେ     ଓଡ଼ିଶା ଏକ ନମ୍ବର


ଭୁବନେଶ୍ୱର, 30 ଜୁଲାଇ (ହି.ସ.)- କୋଇଲା

ଉତ୍ପାଦନରେ ଦେଶରେ ଓଡ଼ିଶା ଏକ ନମ୍ବର । କୋଇଲା ଉତ୍ପାଦନ ହେଉଥିବା ରାଜ୍ୟ ମାନଙ୍କ ମଧ୍ୟରୁ

ସବୁଠାରୁ ଅଧିକ କୋଇଲା ଓଡ଼ିଶାରୁ ହେଉଛି ଉତ୍ପାଦନ । ୨୦୨୪-୨୫ ମସିହାରେ ଓଡ଼ିଶାର ବିଭିନ୍ନ

କୋଇଲା ଖଣିରୁ ୨୬୯.୩୬ ମିଲିଅନ ଟନ କୋଇଲା

ଉତ୍ପାଦନ ହୋଇଥିବା ବେଳେ ବାହାର ଦେଶ ଓ ରାଜ୍ୟକୁ ଓଡ଼ିଶାରୁ ଯୋଗାଣ ହୋଇଛି ୨୫୪.୬୩ ମିଳିଅନ ଟନ

। ଗତ ତିନି ବର୍ଷ ହେବ କୌଣସି ପାୱାର ପ୍ଲାଣ୍ଟରେ କୋଇଲାର ସଂକଟ ଦେଖା ଯାଇନାହିଁ । ଓଡ଼ିଶାରୁ ଅଧିକ

କୋଇଲା ଉତ୍ପାଦନ ହେବା ଦେଶ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ବାହାରୁ ହେଉଥିବା କୋଇଲା

ଆମଦାନୀ ୨୦୨୪-୨୫ ରେ ଯଥେଷ୍ଟ କମିଛି । ୨୦୨୩-୨୪ ରେ ବାହାରୁ ଭାରତକୁ ୨୬୪.୫୩ ମିଲିଅନ ଟନ

କୋଇଲା ଆମଦାନୀ ହୋଇଥିବା ବେଳେ ୨୦୨୪-୨୫ ରେ ଏହା କମି ୨୪୩.୬୨ ମିଳିଅନ ଟନକୁ ଖସିଆସିଛି । ଯାହାଦ୍ୱାରା

୨୦୨୩-୨୪ ତୁଳନାରେ ୨୦୨୪-୨୫ ରେ ଦେଶର ୬୦,୬୮୧.୬୭ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଜୟ ହୋଇ ପାରିଛି । ଲୋକସଭାରେ

ଏଭଳି ଉତ୍ତର ରଖିଛନ୍ତି କୋଇଲା ଏବଂ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande