କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗୀରରେ ନାଗରିକ ସମ୍ବର୍ଦ୍ଧନା
ବଲାଙ୍ଗିର 30 ଜୁଲାଇ (ହି.ସ.) ପ୍ରଦେଶକଂଗ୍ରେସରେ ଭକ୍ତଚରଣ ଦାସ ପିସିସି ସଭାପତି ହେବାପରେ କିଛି ନୂଆଲୋକଙ୍କୁ ତାଙ୍କ ଟିମରେ ନେଇଛନ୍ତି । ସେଥିରେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଅରବିନ୍ଦ ଦାସଙ୍କୁ ପ୍ରଦେଶକଂଗ୍ରେସର ମିଡିଆ,ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଦାୟୀତ୍ୱ ମିଳିଛି । ସେଥିପା
ପ୍ରଦେଶକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗୀରରେ ନାଗରିକ ସମ୍ବର୍ଦ୍ଧନା


ପ୍ରଦେଶକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗୀରରେ ନାଗରିକ ସମ୍ବର୍ଦ୍ଧନା


ପ୍ରଦେଶକଂଗ୍ରେସ ମିଡିଆସେଲ ଅଧ୍ୟକ୍ଷଙ୍କୁ ବଲାଙ୍ଗୀରରେ ନାଗରିକ ସମ୍ବର୍ଦ୍ଧନା


ବଲାଙ୍ଗିର 30 ଜୁଲାଇ (ହି.ସ.) ପ୍ରଦେଶକଂଗ୍ରେସରେ ଭକ୍ତଚରଣ ଦାସ ପିସିସି ସଭାପତି ହେବାପରେ କିଛି ନୂଆଲୋକଙ୍କୁ ତାଙ୍କ ଟିମରେ ନେଇଛନ୍ତି । ସେଥିରେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ଅରବିନ୍ଦ ଦାସଙ୍କୁ ପ୍ରଦେଶକଂଗ୍ରେସର ମିଡିଆ,ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଦାୟୀତ୍ୱ ମିଳିଛି । ସେଥିପାଇଁ ବଲାଙ୍ଗୀରରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଜି ଅରବିନ୍ଦ ଦାସଙ୍କ ବଲାଙ୍ଗୀର ଗସ୍ତ ସମୟରେ ବଲାଙ୍ଗୀରରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ସଂଧ୍ୟାରେ ସ୍ଥାନୀୟ ଜିଲ୍ଲା ସାମ୍ବାଦିକଭବନର ସଭାକକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମାଜକର୍ମି ଅରୁଣ ମିଶ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ଓ ହିମାନୀ ତ୍ରୀପାଠୀ ସଂଯୋଜନା କରିଥିଲେ । ଏଥିରେ ନାଗରିକ କମିଟିର ସଭାପତି ତଥା ସାଇଟ ଅନୁଷ୍ଠାନର ପ୍ରତିଷ୍ଠାତା ଡ.ଶ୍ରୀକର ମିଶ୍ର,ଖ୍ରୀଷ୍ଟିୟାନ କମ୍ୟୁନିଟିର ସଭାପତି ତଥା ସିସିଏଫଏର ସଭାପତି ଭଞ୍ଜକିଶୋର ନାଗ,ବରିଷ୍ଠ ଆଇନଜୀବି ରତନକୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶ୍ରୀ ଦାସ ତାଙ୍କର ଅଶିଦଶକର ଛାତ୍ରରାଜନୀତିରୁ ଆରମ୍ଭ କରି ନବେ ଦଶକର ଅଧ୍ୟାପନା,ଦୁଇଦଶନ୍ଧିର ସାମ୍ବାଦିକତାର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପୂର୍ବରୁ ବୃତ୍ତିରେ ଥାଇ ବଲାଙ୍ଗୀରର ଅନେକଗୁଡିଏ ସାମାଜିକ ଆନ୍ଦୋଳନ,ସମସ୍ୟା ତଥା ଅନୁଷ୍ଠାନର ବିକାଶରେ ସହଭାଗୀ ହୋଇଥିବା ଓ ଏବେ ସିଧାସଳଖ ରାଜନୀତିକୁ ଆସି ସାମାଜିକ ଜୀବନରେ ଲୋକଙ୍କ ସହିତ ମିଶି ଲୋକଙ୍କ ସମସ୍ୟାର ସମାଧାନରେ ସହଭାଗୀ ହେବାକୁ କହିଥିଲେ । ଠିକ ସେହିପରି ବଲାଙ୍ଗୀର ବିକାଶ ପାଇଁ ସେ ଆହ୍ୱାନ ଦେଇ ଜନସମସ୍ୟାର କିଭଳି ସମାଧାନ କରାଯାଇ ପାରିବ ସେନେଇ ଲୋକମାନଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରର ବିଶିଷ୍ଟବ୍ୟକ୍ତି ବିଶେଷ ଶ୍ରୀ ଦାସଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ତାଙ୍କର ରାଜନୈତିକ ଜୀବନର ସଫଳତା କାମନା କରିଥିଲେ । ବଲାଙ୍ଗୀର ନାଗରିକ କମିଟିର ଡ.ଶ୍ରୀକର ମିଶ୍ର,ବରିଷ୍ଠ ନାଗରିକ ମଞ୍ଚ ପ୍ରଭାକର ମିଶ୍ର ଓ କପିଳେଶ୍ୱର ଖମାରୀ,ସାଗୁଆ ବଲାଙ୍ଗୀରର ଅରୁଣ ମିଶ୍ର,ହିମାନୀ ତ୍ରୀପାଠୀ,ଅଜୟ ବାଲି,ବିଙ୍ଗହ୍ୟୁମେନ ଫାଉଣ୍ଡେସନର ସୋମନାଥ ମିଶ୍ର,ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀସଂଘର ରାଜେଶ ଝାଙ୍କର ଓ ଦିଲିପ ସାହୁ,ଜିଲ୍ଲା କ୍ରୀଡାସଂସଦର ହରିନାରାୟଣ ପୂଜାହାରୀ,ମାଛବଜାରଛକ ମହାରାଜମଠ କମିଟିର ପ୍ରଦୀପ ମହାନ୍ତି,ଶଶିଶେଖର ପଣ୍ଡା,ରଜନୀ ସେଠ,ସହ ଯୋଗ ଫାଉଣ୍ଡେସନ ଅନୀଳ ମୋଦୀ,ରଚନା ଅନୁଷ୍ଠାନର ଭାଗୀରଥି ମିଶ୍ର,ପୂର୍ବତନ ସୈନିକସଂଘର ପ୍ରତାପ ରଥ ପ୍ରମୁଖଙ୍କ ସହ ଶତାଧିକ ସଂଗଠନ ଶ୍ରୀ ଦାସଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande