ଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଓ ଦ୍ୱିବାର୍ଷିକ ନିର୍ବାଚନ
ବଲାଙ୍ଗିର, 30 ଜୁଲାଇ (ହି.ସ.)ରବିବାର ଦିନ ସିଡିଏମ ଏବଂ ପିଏଚଓ କାର୍ଯ୍ୟାଳୟର ଏନଏଚଏମ ହଲଠାରେ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଏବଂ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ପୂର୍ବ କାର୍ଯ୍ୟନିର୍ବାହୀ କମିଟିକୁ ଭାଙ୍ଗି ନୂଆ କମିଟି ପାଇଁ
ଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଓ ଦ୍ୱିବାର୍ଷିକ ନିର୍ବାଚନ


ବଲାଙ୍ଗିର, 30 ଜୁଲାଇ (ହି.ସ.)ରବିବାର ଦିନ ସିଡିଏମ ଏବଂ ପିଏଚଓ କାର୍ଯ୍ୟାଳୟର ଏନଏଚଏମ ହଲଠାରେ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘର ବଲାଙ୍ଗିର ଶାଖାର ସାଧାରଣ ସଭା ଏବଂ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଭାରେ ପୂର୍ବ କାର୍ଯ୍ୟନିର୍ବାହୀ କମିଟିକୁ ଭାଙ୍ଗି ନୂଆ କମିଟି ପାଇଁ ନିର୍ବାଚନ କରାଯାଇଥିଲା । ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ୧୩ ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଶେଷରାମ କେଶରୀ ପ୍ରଧାନ ସଭାପତି, ହିମାଂଶୁ ଭୂଷଣ ମିଶ୍ର ଉପସଭାପତି, ରାଧାମାଧବ ମିଶ୍ର ସାଧାରଣ ସମ୍ପାଦକ, ବିକାଶ କୁମାର ପଟେଲ କୋଷାଧ୍ୟକ୍ଷ, ସୁନାଧର ଭୋଇ ଯୁଗ୍ମ ସମ୍ପାଦକ, ଅମିତ କୁମାର ମିଶ୍ର ଯୁଗ୍ମ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ । ସାଙ୍ଗଠନିକ ସମ୍ପାଦକ ଭାବରେ ଜୟକୃଷ୍ଣ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଆଞ୍ଚଳିକ ସମ୍ପାଦକ ଭାବରେ ଅମିତାଭ ଠାକୁର, ଅମରେଶ ରାଜୁ, ଆଶିଷ ଥନାପତି, ଦେବେନ୍ଦ୍ର କୁମାର ମେହେରଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ମୋଟ ନବେ ଜଣ ସଭ୍ୟା ସଭ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande