ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପିଲାଙ୍କ ବସ୍ତାନୀ ଯାଞ୍ଚ
ମାଲକାନଗିରି, ୩୦ ଜୁଲାଇ (ହି.ସ.)ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ପତ୍ର ସଂଖ୍ୟା ୮୧୪୪/୨୪/୦୭/୨୦୨୫ ଅନୁସାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଓ ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇ
ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପିଲାଙ୍କ ବସ୍ତାନୀ ଯାଞ୍ଚ


ମାଲକାନଗିରି, ୩୦ ଜୁଲାଇ (ହି.ସ.)ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ ପତ୍ର ସଂଖ୍ୟା ୮୧୪୪/୨୪/୦୭/୨୦୨୫ ଅନୁସାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଓ ଜିଲ୍ଲାସ୍ତରରେ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଅଛି । ଏହି କ୍ରମରେ ଆଜି ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ ଚିତ୍ତରଂଜନ ପାଣିଗ୍ରାହୀ ପିଲାମାନଙ୍କ ବସ୍ତାନୀ ବୋଝ ଯାଞ୍ଚ କରିବା ପାଇଁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ମଡର୍ଣ୍ଣ ଇଂଲିସ ମିଡିୟମ ସ୍କୁଲ ପରିଦର୍ଶନ କରି ପିଲାଙ୍କ ବସ୍ତାନୀର ଓଜନ ଓ ପିଲାଙ୍କର ଓଜନ ଯାଞ୍ଚ କରିଥିଲେ । ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଜିଲ୍ଲାଶିକ୍ଷାଧିକାରୀଙ୍କ ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଯୋଜନା ସଂଯୋଜିକା ବିଜୟଲକ୍ଷ୍ମୀ ଚୌଧୁରୀ, ଜିଲ୍ଲା ଶିକ୍ଷା ସଂଯୋଜକ ଶେଷଶଙ୍କର ମହାଳିକ, ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande