ମାଲକାନଗିରି,୩୦ ଜୁଲାଇ (ହି.ସ.) ଆଜି ଟାଗୋର ସୋସାଇଟି, ମାଲକାନଗିରି ଦ୍ୱାରା ପରିଚାଳିତ ମାର୍କେଲଗୁଡା ଆବାସିକ ଆଦିବାସୀ କନ୍ୟାଆଶ୍ରମରେ “ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫଳ ଫୁଲ ଗଛ ଲଗାଇବା, ପରିବେଶ ସଚେତନ କାର୍ଡ୍ ଖେଳ, ସାପ ଓ ସିଡି ଖେଳ ମାଧ୍ୟମରେ ପରିବେଶ ତଥା ଚିତ୍ରାଙ୍କନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଥିଲା l
ସ୍ଥାନୀୟ ବନବିଭାଗ ନର୍ସରୀରୁ ସଂଗୃହିତ ୧୫ରୁ ଅଧିକ ବିଭିନ୍ନ ପ୍ରକାରର ଔଷଧୀୟ ଏବଂ ଫୁଲ ଫଳ ଗଛ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନେ ଲଗାଇ ଥିଲେ l
ଆମ ଆଖ ପାଖ ପରିବେଶ ଏବଂ ଜଙ୍ଗଲ ରେ ଦେଖା ଯାଉଥିବା ପଶୁ, ପକ୍ଷୀ ଓ ସରୀସୃପ ମାନଙ୍କ ଚିତ୍ର ଥିବା କାର୍ଡ ମାଧ୍ୟମରେ ପିଲା ମାନେ ସେଇ ଜୀବ ଜନ୍ତୁ ଏବଂ ଆମ ପରିବେଶ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଚର୍ଚ୍ଚାକରିଥିଲେ।
ସାପ ସିଢି ଖେଳ ମାଧ୍ୟମରେ ଆମ ପରିବେଶ ପ୍ରତି କେଉଁ ଜିନିଷ ଗୁଡିକ କ୍ଷତିକାରକ ଏବଂ କେଉଁ କେଉଁ ଉପାୟରେ ଆମେ ଆମ ପରିବେଶ କୁ ପ୍ରଦୂଷଣ ମୁକ୍ତ ରଖିପାରିବା ସେ ବିଷୟ ରେ ପିଲାମାନେ ଶିଖାଯାଇଥିଲା!
ଚିତ୍ରାଙ୍କନ ପ୍ରତିଯୋଗିତା ରେ ପିଲାମାନେ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିବେଶବିତ ଦୀପାରାଣୀ ନାୟକ ଯୋଗଦେଇ ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କ ରେ ବୁଝାଇଥିଲେ!ଏହି ଅବସରରେ ଶ୍ରୀମତି ସସ୍ମିତା ସାମଲ୍, ପ୍ରଧାନ ଶିକ୍ଷୟତ୍ରୀ, ମିନତି ବେହେରା, ଦେବେ ମାଡକାମି, ସୁସ୍ମିତା ସୋଡି, ବିନତି ପଡିଆମି ଓ ରିତା ଦୁରୁଆ ପ୍ରମୁଖ ସହକାରୀ ଶିକ୍ଷକ ମାନଙ୍କ ଉପସ୍ଥିତି ଥିଲେ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ