କେନ୍ଦୁଝର, 30 ଜୁଲାଇ (ହି.ସ.)କେନ୍ଦୁଝର ଜିଲ୍ଲା ଗୋନାସିକା ଗ୍ରାମ ପଞ୍ଚାୟତ ର ଜନ୍ତାରି ଗ୍ରାମ ଠାରେ ସୋମଗିରି ସ୍ଥିତ ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ଶିବିର ଆୟୋଜନ ଉସ୍ଥି ଭାଉଣ୍ଡେସନ ତରଫରୁ କରାଯାଇ ଗୋନାସିକା,ବାରହାଗଡ ପଞ୍ଚାୟତ ର 202 ଜଣ ଲୋକ ବିଭିନ୍ନ ପ୍ରକାର ଚର୍ମ ରୋଗ, ଜର,ଥଣ୍ଡା, କାଶ, ଆଖି ସମନ୍ଧିୟ ଚିକିତ୍ସିତ ହୋଇ ଥିଲେ। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର ର ଡାକ୍ତର ବି ନାୟକ,ଡାକ୍ତର ଏସ ବେହେରା ଡାକ୍ତର ପି ମହାନ୍ତ ଫାର୍ମାସୀଷ୍ଟ ଅଲିଭା ଚକ୍ରବର୍ତ୍ତୀଙ୍କ ଦ୍ବାରା ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରି ଔଷଧ ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ସ୍ବାସ୍ଥ୍ୟ କର୍ମୀ ଜୋସ୍ନା ଚକ୍ରବର୍ତ୍ତୀ,ଅଶୋକ ମହାନ୍ତ, ଜିତା ମହାନ୍ତ, ପଦ୍ମୀନୀ ମୁଣ୍ଡା, ନମିତା ମହାନ୍ତ ଓ ରାଜେଶ ମହାରଣା ସହଯୋଗ କରିଥିଲେ । ଆଦିବାସୀ ବହୁଳ ଅଞ୍ଚଳ ରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର କରି ରୋଗୀସେବା ଯୋଗାଇ ଥିବାରୁ ଜନ୍ତାରୀ ଗ୍ରାମବାସୀ ଧନ୍ୟବାଦ ଜଣାଇ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA