ଘୋଘର ପର୍ଯ୍ୟଟନସ୍ଥଳୀ ନିକଟ ଇବ୍ ନଦୀରେ ଗାଧୋଉଥିବା ବେଳେ ୨ ଯୁବକ ନିଖୋଜ
ଘୋଘର ପର୍ଯ୍ୟଟନସ୍ଥଳୀ ନିକଟ ଇବ୍ ନଦୀରେ ଗାଧୋଉଥିବା ବେଳେ ୨ ଯୁବକ ନିଖୋଜ
ଘୋଘର ପର୍ଯ୍ୟଟନସ୍ଥଳୀ ନିକଟ ଇବ୍ ନଦୀରେ ଗାଧୋଉଥିବା ବେଳେ ୨ ଯୁବକ ନିଖୋଜ


ସମ୍ବଲପୁର, ୩୦ ଜୁଲାଇ (ହି.ସ.) ଘୋଘର ପର୍ଯ୍ୟଟନସ୍ଥଳୀ କୋଣାକୁଣ୍ଡ ନିକଟ ଇବ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଦ୍ବୟ ଗୋବିନ୍ଦପୁର ଗ୍ରାମର ରୋଶନ ପାଶୱାନ ଓ ଆକାଶ ସାହୁ ବୋଲି କୁହାଯାଇଛି। ଏହି ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ କୈଣସି ସୁରାକ୍ ମିଳି ପାରିନାହିଁ । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜୟ ନାରାୟଣ ପାତ୍ର , ରୋଶନ ପାଶୱାନ ଓ ଆକାଶ ସାହୁ ଘୋଘର୍ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ ଯାଇଥିଲେ। ତଳସରା ଥାନା ଅନ୍ତର୍ଗତ ବାଳିଶଙ୍କରା ପଞ୍ଚାୟତର ଘୋଘର ପର୍ଯ୍ୟଟନ ସ୍ଥଳୀ କୋଣା କୁଣ୍ଡ ନିକଟ ଇବ୍ ନଦୀରେ ସେମାନେ ଗାଧୋଉଥିଲେ। ଏହି ସମୟରେ ହଠାତ୍ ରୋଶନ ଓ ଆକାଶ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଦ୍ୟାବଧି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande