୨୬ଟି ଷ୍ଟଲ ସିଲ ୩ ଲକ୍ଷ ଟଙ୍କା ଭଡା ଆଦାୟ
ଜୟପୁର, ୩୦ ଜୁଲାଇ (ହି.ସ.) - ପୌର ପାଳିକା ଷ୍ଟଲ ଭଡାରେ ନେଇ ଭଡା ପୈଠ କରିନଥିବା ଦୋକାନ ଗୃହକୁ ଆଜି ସିଲ କରିଛି ପୌର ପ୍ରଶାସନ । ଜୟପୁର ପୌର ପାଳିକା ଷ୍ଟଲକୁ ବର୍ଷ ବର୍ଷ ଧରି ଭଡା ଦେଉ ନାହିଁନ୍ତି । ଏନେଇ ପ୍ରଶାସନ ତରଫରୁ ବାରମ୍ବର ନୋଟିସ ମଧ୍ୟ ଜାରି କରାଯାଇଛି । କିନ୍ତୁ ଭଢା ନେଇଥିବା ଦୋକାନି ମାନ
୨୬ଟି ଷ୍ଟଲ ସିଲ ୩ ଲକ୍ଷ ଟଙ୍କା ଭଡା ଆଦାୟ


ଜୟପୁର, ୩୦ ଜୁଲାଇ (ହି.ସ.) - ପୌର ପାଳିକା ଷ୍ଟଲ ଭଡାରେ ନେଇ ଭଡା ପୈଠ କରିନଥିବା ଦୋକାନ ଗୃହକୁ ଆଜି ସିଲ କରିଛି ପୌର ପ୍ରଶାସନ । ଜୟପୁର ପୌର ପାଳିକା ଷ୍ଟଲକୁ ବର୍ଷ ବର୍ଷ ଧରି ଭଡା ଦେଉ ନାହିଁନ୍ତି । ଏନେଇ ପ୍ରଶାସନ ତରଫରୁ ବାରମ୍ବର ନୋଟିସ ମଧ୍ୟ ଜାରି କରାଯାଇଛି । କିନ୍ତୁ ଭଢା ନେଇଥିବା ଦୋକାନି ମାନେ କଣ୍ଣ ପାତ କରୁ ନାହିଁନ୍ତି । ଏନେଇ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟ ନିର୍ବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିଦ୍ଦେଷ କ୍ରମେ ଅତିରିକ୍ତ ପୌର କାର୍ଯ୍ୟନିବାହୀ ଅଧିକାରି ପୁଜା ରାଉତ ଦ୍ୱିତୀୟ ଦୈନିକ ବଜାରରେ ଚଢାଉ କରି ସିଲ କରିଥିଲେ । ମାଜିଷ୍ଟ୍ରେଟ ହିସାବରେ ବାଲାଜି ବ୍ରହ୍ମା ଅମିନ ଶୁଭଶ୍ମିତା ଜେନା, ଭବୁନି ହଲବା, ସତ୍ୟ ନାରାୟଣ ପାତ୍ର, ଓମ କାର ସିଂ ସହ ଟଉନ ପୋଲିସ ଉପସ୍ଥିତ ଥିଲେ ୨୬ ଟି ଷ୍ଟଲ ସିଲ କରାଯାଇଥିବା ବେଳେ ୩ ଲକ୍ଷ ୪୧ ହଜାର ୧ ଶହ ୭୬ ଟଙ୍କା ଭଡ଼ା ଆଦାୟ କରାଯାଇଛି । ଆଗାମି ଦିନରେ ମଧ୍ୟ ଏପରି ଚଢାଉ ଜୋର ସୋରରେ ହେବ ବୋଲି ପୌର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande