ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହେବ କୃଷି ମହାବିଦ୍ୟାଳୟ
ବାରିପଦା, 30 ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଏନେଇ ଓୟୁଏଟିର ପରିଚାଳନା ବୋର୍ଡରେ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିବା ପରେ ଏହି କୃଷି ମହାବିଦ୍ୟାଳୟ ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ହେବ କୃଷି ମହାବିଦ୍ୟାଳୟ


ବାରିପଦା, 30 ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଏନେଇ ଓୟୁଏଟିର ପରିଚାଳନା ବୋର୍ଡରେ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ

ଆବଶ୍ୟକ ଅନୁମତି ମିଳିବା ପରେ ଏହି କୃଷି ମହାବିଦ୍ୟାଳୟ ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଯଦିଓ ଜିଲ୍ଲାରେ ଏହା କେଉଁ ଠାରେ ନିର୍ମାଣ ହେବ ସ୍ଥିର ହୋଇନାହିଁ। ଆଗାମୀ ଦିନରେ ଏହି କୃଷି ମହାବିଦ୍ୟାଳୟ ସ୍ଥାପନ ହାରା ମୟୂରଭଞ୍ଜରେ କୃଷି ଗବେଷଣା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିବ। ଦୀର୍ଘ ଦିନ ହେବ ମୟୂରଭଞ୍ଜରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି।

ଜିଲ୍ଲାର ବାରିପଦା, ଶାମାଖୁଣ୍ଟା, ବେତନଟୀ ଓ ମୋରଡ଼ା ନିକଟରେ ଶହଶହ ଏକରରୁ ଅଧିକ ସ୍ଥାନ ଚିହ୍ନଟ ମଧ୍ୟ କରାଯାଇଛି। ତିନି ବ୍ଲକର ସୀମାରେ ଥ‌ିବା ଦାନ୍ତିଆମୁହାଁ, ବାରିପଦା ଓ ଶାମାଖୁଣ୍ଟାରେ ଏକ କୃଷି ବିଶ୍ବବିଦ୍ୟାଳୟ ଓୟୁଏଟି ପରିଚାଳନା ବୋର୍ଡରେ ନିଷ୍ପଭିକୁ ଅନୁମୋଦନ ପ୍ରତିଷ୍ଠା ହେବା ନେଇ ୨୦୧୪ ଅଗଷ୍ଟ ମାସରେ ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। ବିଶ୍ବର ପ୍ରମୁଖ ଜୈବମଣ୍ଡଳ ଭାବେ ଶିମିଳିପାଳ ରହିଥ‌ିବା ବେଳେ ମୟୂରଭଞ୍ଜ ଜିଲ୍ଲାକୁ ବହୁ ଚାଷୀର ଏନ୍ତୁଡ଼ିଶାଳ ବୋଲି କୁହାଯାଏ। ଖାଲି ଯେ ଧାନ ତାହା ନୁହେଁ; ଉନ୍ନତ ମାନର ମକା, ଆଳୁ, ବାଦାମ, ପିଆଜ ସହ ଭଳିକିଭଳି ପନିପରିବା ସାରା ବର୍ଷ ଉତ୍ପାଦନ କରାଯାଉଛି। ଜିଲ୍ଲାର ଜଳବାୟୁ ସମସ୍ତ ପନିପରିବା, ଧାନ, ମକା, ଆଖୁ, ବାଦାମ ଓ ଆଳୁ ପାଇଁ ମଧ୍ଯ ଉପଯୋଗୀ। ତେଣୁ ଏହିଠାରେ ଓଡ଼ିଶାର ଦ୍ଵିତୀୟ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଦାବି ହୋଇଆସୁଥିଲା। ଓଏୟୁଏଟିର ୧୦ଟି କଲେଜରେ ୫୩ଟି ପାଠ୍ୟକ୍ରମରେ ପ୍ରତିବର୍ଷ ପ୍ରାୟ ୧୯୦୦ ଛାତ୍ରଛାତ୍ରୀ ନାମ ଲେଖାଇଥା'ନ୍ତି। ତେବେ ଓଡ଼ିଶାର ୭୦ ପ୍ରତିଶତ ଓ କେବିକେ ଅଞ୍ଚଳର ୭୫ପ୍ରତିଶତ ଅଧୂବାସୀ ଚାଷ ଉପରେ ନିର୍ଭରଶୀଳ ଥ‌ିବା ବେଳେ ଏହି ନୂତନ କଲେଜ କେବେ ପ୍ରତିଷ୍ଠା ହେବ, ତାକୁ ଜିଲ୍ଲାବାସୀ ଚାହିଁ ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande