ଏମ.ପି.ସି. ସ୍ୱୟଂଶାସିତ କଲେଜରେ ଆଲୋଚନାଚକ୍ର
ବାରିପଦା, ୩୦ ଜୁଲାଇ (ହି.ସ.) - ବାରିପଦା ସହରର ତଖତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଓ ଆଇ.ସି.ପି.ଆର. ନୂଆଦିଲ୍ଲୀ ଆନୁକୁଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଯୋଗ, ସ୍ୱାସ୍ଥ୍ୟ, ଆନନ୍ଦ ଓ ସଂହତି ଶୀର୍ଷକରେ ଅନୁଷ୍ଠିତ ହୋଇ ଯାଇଛି । କଲେ
MPC College Alochana Chakra


ବାରିପଦା, ୩୦ ଜୁଲାଇ (ହି.ସ.) - ବାରିପଦା ସହରର ତଖତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଓ ଆଇ.ସି.ପି.ଆର. ନୂଆଦିଲ୍ଲୀ ଆନୁକୁଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଯୋଗ, ସ୍ୱାସ୍ଥ୍ୟ, ଆନନ୍ଦ ଓ ସଂହତି ଶୀର୍ଷକରେ ଅନୁଷ୍ଠିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷା ଡ. ଆଲବର୍ଟିନା ତିର୍କୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ବିଷୟ ବିଶାରଦ ଭାବରେ ନୟାଗଡ଼ ସ୍ୱୟଂଶାସିତ କଲେଜର ଦର୍ଶନ ବିଭାଗର ମୁଖ୍ୟ ଡ. ପ୍ରମୋଦ କୁମାର ଦାସ ଜ୍ଞାନ ଯୋଗ, କର୍ମ ଯୋଗ ଏବଂ ଭକ୍ତି ଯୋଗ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ. ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ଅଧ୍ୟାପିକା ଡ଼. ସୁଜାତା ଜେନା ଦୈନନ୍ଦିନ ଜୀବନରେ ଯୋଗ ଶୀର୍ଷକ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ. ଦର୍ଶନ ବିଭାଗ ମୁଖ୍ୟ ଡ. ଦୀପକ କୁମାର ବେହେରା ସ୍ୱାଗତ ଭାଷଣ ରଖିବା ସହ କାର?୍ୟ୍ୟକ୍ରମର ସଂଯୋଜନା କରିଥିବା ବେଳେ, ଦର୍ଶନ ବିଭାଗର ଅଧ୍ୟାପକ ଗୌତମ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ. ଆଲୋଚନାଚକ୍ର ପରେ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ପ୍ରଫେସର ଡ. ନରେନ୍ଦ୍ର ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ. ଅଧ୍ୟାପିକା ଅନ୍ନପୂର୍ଣ୍ଣା ଧଳ କାର?୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର?୍ୟ୍ୟକ୍ରମ ସହ ଏକ ନାଟକ ପରିବେଷଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande