ମୁକୁଳା ପଡିଛି ବାରିପଦା ସହରର ପ୍ରବେଶ ପଥ
ବାରିପଦା, ୩୦ ଜୁଲାଇ (ହି.ସ.) - ରାଜାରାଜୁଡା ଅମଳର ବାରିପଦା ସହର ରାଜ୍ୟର ୯ଟି ଅମୃତ ସହର ମଧ୍ୟରେ ସ୍ଥାନ ପାଇଛି। କିନ୍ତୁ ଉନ୍ନତିମୂଳକ କାର୍ଯ୍ୟ ନହେବାରୁ ପ୍ରବେଶପଥ ସୌନ୍ଦର୍ଯ୍ୟହରା ହୋଇ ପଡିରହିଛି। ପାଲବଣି ସହର ମୁଖଶାଳା ଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଗାଡି ମୋଟର ଯା ଆସ କରୁଛନ୍ତି। କି
Entrance to Baripada city


ବାରିପଦା, ୩୦ ଜୁଲାଇ (ହି.ସ.) - ରାଜାରାଜୁଡା ଅମଳର ବାରିପଦା ସହର ରାଜ୍ୟର ୯ଟି ଅମୃତ ସହର ମଧ୍ୟରେ ସ୍ଥାନ ପାଇଛି। କିନ୍ତୁ ଉନ୍ନତିମୂଳକ କାର୍ଯ୍ୟ ନହେବାରୁ ପ୍ରବେଶପଥ ସୌନ୍ଦର୍ଯ୍ୟହରା ହୋଇ ପଡିରହିଛି। ପାଲବଣି ସହର ମୁଖଶାଳା ଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଗାଡି ମୋଟର ଯା ଆସ କରୁଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ସହରର ପ୍ରବେଶପଥକୁ ଅଣଦେଖା କରାଯାଉଛି। ପାଲବଣି ଠାରେ ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣହାନି ହେବାରୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରସ୍ଥାନ ରାସ୍ତା ବନ୍ଦ କରାଯାଇଛି। ସେଠାରେ ଏକ ଗଳା ପୋଲ ନିର୍ମାଣ କରିବାକୁ ଦାବି ଥିବା ବେଳେ ତାହାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ କରାଗଲା ନାହିଁ। ଯାହା ଫଳରେ ସହର ମୁଖଶାଳାରେ ବର୍ଷ ବର୍ଷ ଧରି ଟ୍ରକ୍ ଓ ବସ ମାନଙ୍କର ପାର୍କିଂ ସ୍ଥଳ ପାଲଟିଛି। ପାଲବଣି ଏକ ବ୍ୟସ୍ତବହୁଳ ସ୍ଥାନ ଥିବା ବେଳେ ଗାଡିମୋଟର ପ୍ରବେଶ କରିବା ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ମୁଖଶାଳା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବାରୁ ସେଠାରେ ଟ୍ରାଫିକ୍ ପୋଷ୍ଟର ନିହାତି ଆବଶ୍ୟକତା ରହିଛି। ତାହା ମଧ୍ୟ ପ୍ରବେଶପଥରେ ନାହିଁ। ଏମିତିକି ବାରିପଦା ସହରକୁ ପ୍ରବେଶ କରିବା ନିମନ୍ତେ ବାରିପଦା ଲେଖା ଥିବା କୋଣସି ଫଳକ ମଧ୍ୟ ନାହିଁ। ଯାହା ଦ୍ୱାରା ନୂତନ କରି ଆସୁଥିବା ଲୋକେ ସହର ମଧ୍ୟକୁ ବାଟ ଜାଣି ନପାରି ଭୁଲ ବାଟରେ ଚାଲି ଯାଉଛନ୍ତି। ଅନ୍ୟପଟେ ବାରିପଦା ପୌରପାଳିକା ପକ୍ଷରୁ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରବେଶପଥରେ ଏକ ସିମେଂଟରେ ବାଘ ତିଆରି କରାଯାଇଥିଲା। କିନ୍ତୁ ତାହା ଏନଏଚଏଆଇ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଓ ଟ୍ରକ ପାର୍କିଂ ମଧ୍ୟରେ ଲୁଚିଯାଉଛି। ପ୍ରବେଶପଥରେ ଠିକ ଭାବେ ଆଲୋକୀକରଣ ଅଭାବରୁ ରାତିରେ ଅନ୍ଧାରର ରାଜୁତି ହେଉଛି। ଯାହାକୁ ନେଇ ମଦୁଆ, ଅପରାଧିକ ସମେତ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଜାରି ରହିଛି। ଯାହା ଜାଣି ମଧ୍ୟ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ମୁଖଶାଳାରେ ଜାତୀୟ ରାଜପଥ କଡ଼ ଜବରଦଖଲକାରୀଙ୍କ କବଜାରେ ରହିଛି। ଏମିତିକି ଜାତୀୟ ରାଜପଥ ପକ୍ଷରୁ ଥିବା ଯାତ୍ରୀ ପ୍ରତୀକ୍ଷା ସ୍ଥଳ ମଧ୍ୟ ଦୋକାନ ଘେରରେ ହଜିଯାଉଛି। ଜବରଦଖଲ ସମେତ ଟ୍ରକ ଗୁଡିକ ବର୍ଷ ବର୍ଷ ଧରି ପାର୍କିଂ ମୁଖଶାଳାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ଖୋଦ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିଜ ଅଞ୍ଚଳ ବାରିପଦା ସହରର ପ୍ରବେଶ ପଥ ସୌନ୍ଦର୍ଯ୍ୟକରଣ ଅଭାବରୁ ପରିଚୟ ହରାଇବାରେ ଲାଗିଛି। ଗତ ସେପ୍େଟମ୍ବର ମାସରେ ମନ୍ତ୍ରୀ ପୌରାଂଳସ୍ତରୀୟ ସ୍ୱମନ୍ୱୟ କମିଟି ବୈଠକ ଅନୁଷ୍ଠିତ କରି ବିକଶିତ ଓ ବିସ୍ତାରିତ ବାରିପଦା ସହର ଗଠନ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ। ବାରିପଦା ସହରରେ ରାଜ୍ୟର ପ୍ରଥମ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ କରି ରାଜ୍ୟରେ ପରିଚୟ ସୃଷ୍ଟି କରିବ। ବାରିପଦା ପୌର ପରିଷଦ ଅଂଚଳକୁ ବିସ୍ତାରିତ ହେବ। ପ୍ରବେଶ ପଥରେ ଗଳାପୋଲ ନିର୍ମାଣ ପାଇଁ ଏନଏଚଏଆଇକୁ କୁହାଯାଇଛି। ସ୍ୱାଗତ ନିମନ୍ତେ ଶାନ୍ତି ପ୍ରୀତିର ପ୍ରତୀକ ନୂତନ ଫାଟକ ନିର୍ମାଣ କରାଯିବା ନେଇ ପ୍ରସ୍ତୁତ ଢାଂଚା ପ୍ରଦର୍ଶନ କରାଯାଇଥିଲା। ଉକ୍ତ ବୈଠକକୁ ଆଉ ମାସକ ପରେ ବର୍ଷେ ପୁରିବ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେନେଇ ଇଟା ଖଣ୍ଡକ ପଡିଲା। ସମସ୍ତ ଯୋଜନା କେବଳ ଡିପିଆର ପ୍ରସ୍ତୁତିରେ ସୀମିତ ରହି ଯାଉଛନ୍ତି। କାର୍ଯ୍ୟକାରୀ ହେବା ବେଳକୁ ଶୂନ୍ୟ ରହୁଛି। ବାରିପଦା ସହର ଏକ ପୁରାତନ ସହର ହୋଇଥିବାରୁ ମୁଖଶାଳାରେ ଆଖିଦୃଶିଆ ସୌନ୍ଦର୍ଯ୍ୟକରଣ ଓ ଉନ୍ନତୀମୂଳକ କାର୍ଯ୍ୟର ନିହାତି ଆବଶ୍ୟକତା ରହିଛି। ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରିବା ଅପରିହାର୍ଯ୍ୟ ଅଟେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande