ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ମାଧ୍ୟମିକ ଶିକ୍ଷା ପରିଷଦ (ବିଏସସି), ଓଡିଶା ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ଓଟିଇଟି-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଂଚ । ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି ବୋଲି ଏକ ସାମ
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ


ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ମାଧ୍ୟମିକ ଶିକ୍ଷା ପରିଷଦ (ବିଏସସି), ଓଡିଶା ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ଓଟିଇଟି-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଂଚ । ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଂଚ, ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଡାଟା ଏଂଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା, ସିମୁଳିଆ, ବାଲେଶ୍ୱର (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ୱର ।

ପୋଲିସ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତ ଜିତନ୍ ମହାରଣାଙ୍କ ଆକାଉଂଟକୁ ୨,୫୦,୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ଆର୍ôଥକ କାରବାର ହୋଇଥିବା ସଂକ୍ରାନ୍ତରେ କ୍ରାଇମବ୍ରାଂଚର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଆକାଉଂଟ ବର୍ତମାନ ଯାଂଚ କରାଯାଉଛି ଏବଂ ତଦନ୍ତ ଜାରି ରହିଛି।

ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଊଏଚ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡିଜିଙ୍କ ସୂଚନା ଅନୁଯାୟୀ, ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଗତ ୨୦ ଜୁଲାଇରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ୧୯ ଜୁଲାଇ ରାତି ପ୍ରାୟ ୧୦.୪୫ ସମୟରେ କିଛି ହାତଲେଖା ପ୍ରଶ୍ନପତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ମାଧ୍ୟମିକ ଶିକ୍ଷା ପରିଷଦଏଷ୍ଟାବ୍ଲିଷମେଂଟ ଅଫିସର ଶ୍ରୀମତୀ ବୁଲବୁଲ ବେହେରା, ଅଭିଯୋଗ ଦାଖଲ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଡିଆଇଜି, କ୍ରାଇମବ୍ରାଞ୍ଚ, ବି. ଗଙ୍ଗାଧରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢଉ ଆରମ୍ଭ ହୋଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସମୟରେ ବିଏସଇ ଅଫିସରେ ଡାଟା ଏଂଟ୍ରି ଅପରେଟର ଭାବେ ଚାକିରି କରୁଥିବା ଜିତନ ମହାରଣା ବିଏସଇ ଉପାଧ୍ୟକ୍ଷଙ୍କ ଲାପଟପରୁ ବେଆଇନ ଭାବରେ ପ୍ରଶ୍ନପତ୍ର ହାସଲ କରିଥିବା ଜାଣିବାକୁ ମିଳିଥିଲା। ପରବର୍ତୀ ସମୟରେ ଜିତନ ଏହି ପ୍ରଶ୍ନପତ୍ର ଗୁଡ଼ିକୁ ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ ଏବଂ ଅନ୍ୟମାନଙ୍କ ନିକଟକୁ ପଠାଇ ବିକ୍ରି କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାକିରୀରେ ନିୟମିତତା ଏବଂ ଦରମା ବୃଦ୍ଧି ଭଳି ସୁବିଧା ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଁଥିବା ଶିକ୍ଷକମାନଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି (କ୍ରାଇମବ୍ରାଞ୍ଚ) ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande