ଭୁଲ ତଥ୍ୟ ପରିବେଷଣ କରି ଧମକ ଦେଉଛନ୍ତି ଅଭିଯୋଗ ଆଣିଲେ ବୈପାରିଗୁଡା ବନରକ୍ଷୀ
ଜୟପୁର, ୩୦ ଜୁଲାଇ (ହି.ସ.) - ବୈପାରିଗୁଡା ବନାଂଚଳ ଅଧିନରେ ଥିବା ଜଙ୍ଗଲ ଭିତରୁ ବିନା ଅନୁମତିରେ ଦିନକୁ ଦିନ ବଡବଡ ମୂଲ୍ୟବାନ ଗଛ କଟାଯାଉଛି। ବନବିଭାଗ ପାଖରେ ଖବର ରହୁନାହିଁ ବୋଲି ମିଥ୍ୟା ଖବର ପ୍ରକାଶ କରିଥିବା ବିଜୟ ପାଙ୍ଗିଙ୍କ ନାମରେ ଆଜି ଅଭିଯୋଗ ଆଣିଛନ୍ତି ଦଶମନ୍ତପୁର ସେକସନ ବୈପାରିଗୁଡା ବନାଂଚ
ଭୁଲ ତଥ୍ୟ ପରିବେଷଣ କରି ଧମକ ଦେଉଛନ୍ତି ଅଭିଯୋଗ ଆଣିଲେ ବୈପାରିଗୁଡା ବନରକ୍ଷୀ


ଜୟପୁର, ୩୦ ଜୁଲାଇ (ହି.ସ.) - ବୈପାରିଗୁଡା ବନାଂଚଳ ଅଧିନରେ ଥିବା ଜଙ୍ଗଲ ଭିତରୁ ବିନା ଅନୁମତିରେ ଦିନକୁ ଦିନ ବଡବଡ ମୂଲ୍ୟବାନ ଗଛ କଟାଯାଉଛି। ବନବିଭାଗ ପାଖରେ ଖବର ରହୁନାହିଁ ବୋଲି ମିଥ୍ୟା ଖବର ପ୍ରକାଶ କରିଥିବା ବିଜୟ ପାଙ୍ଗିଙ୍କ ନାମରେ ଆଜି ଅଭିଯୋଗ ଆଣିଛନ୍ତି ଦଶମନ୍ତପୁର ସେକସନ ବୈପାରିଗୁଡା ବନାଂଚଳ ବନରକ୍ଷୀ ରଞ୍ଜିତା କୁମାରୀ ନାୟକ। ଆଜି ଏକ ହୋଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି କି ଗତ ଏକମାସ ପୂର୍ବେ ନିଜକୁ ସାମ୍ବାଦିକ ପରିଚୟ ଦେଇ ଅଫିସକୁ ଆସି ତୁମ ଅଞ୍ଚଳରେ ଜଙ୍ଗଲ କଟାଯାଉଛି ଆପଣମାନେ କିପରି ଜାଣିପାରୁନାହାନ୍ତି। ମୋ ପାଖରେ ଭିଡିଓ ଅଛି ବୋଲି କହିଥିଲେ। ପରେ ସେ ଏକ ପତ୍ରିକାରେ ନ୍ୟୁଜ ବାହାର କରିବା ସହ ସେହି ନ୍ୟୁଜକୁ ଟୁଇଟ କରି ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିଲେ। ଖବର ପ୍ରଚାର ହେବାପରେ ବନପାଳ ସନ୍ଦୀପ କୁମାର ପାଣିଗ୍ରାହୀ ଓ ବନରକ୍ଷୀ ରଞ୍ଜିତା ନାୟକ କତପଡା ନିକଟସ୍ଥ ଭାଲୁ ଡଙ୍ଗର ଅଂଚଳ ବୁଲି ଦେଖିଥିଲେ। ପରେ ଧନିବାଲସା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବହୁ ପୁରୁଣା ଗଛ ଗଣ୍‌ତି ଯେଉଁଥିରେ ଛତୁ ହୋଇଯାଇଛି ସେହି ଗଛଗୁଡିକ ଗଛକଟା ହୋଇଥିବା ଦେଖିବାକୁ ପାଇଲେ। ପରେ କଟା ଗଛ ବିଷୟରେ ଯାଂଚ କରିବାରୁ ଜଣା ପଡିଲା କି ସେହି ଗଛ ଗ୍ରାମରେ ଏକ ସ୍କୁଲ କାର୍ଯ୍ୟରେ ଲାଗିଥିଲା। ପରେ ସାମ୍ବାଦିକ ଓ ଅନ୍ୟ ଜଣେ ୧ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକ ୩୦ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ନଚେତ ସେହି ଭିଡିଓ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। ଏବପ୍ସ ଗତ ୬ ମାସ ହେଲାଣି ସେ ମୋତେ ପିଛା କରି ମୋତେ ମାରିବା ପାଇଁ ଧମକ ଦେଉଛନ୍ତି ବୋଲି ଲିଖିତ ଭାବେ ଥାନାରେ ଜଣାଇବା ସହ ତାଙ୍କ ଜୀବନକୁ ବିପଦ ଅଛି ବୋଲି ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande