ପୁରୀ-ବାଙ୍ଗିରିପୋଷି ଟ୍ରେନରେ ଚେୟାର କାର୍ ବଗି ବୃଦ୍ଧି
ବାରିପଦା, ୩୦ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଯାଉଥିବା ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ଟ୍ରେନରେ ଏକ ମାସ ପାଇଁ ଗୋଟିଏ ନନ ଏସସି ଚେୟାର କାର୍ ବଗି ବୃଦ୍ଧି କରାଯାଇଛି। ପୂର୍ବରୁ ରଥଯାତ୍ରା ପାଇଁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବୃଦ୍ଧି କ
ପୁରୀ-ବାଙ୍ଗିରିପୋଷି ଟ୍ରେନରେ ଚେୟାର କାର୍ ବଗି ବୃଦ୍ଧି


ବାରିପଦା, ୩୦ ଜୁଲାଇ (ହି.ସ.) - ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଯାଉଥିବା ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ଟ୍ରେନରେ ଏକ ମାସ ପାଇଁ ଗୋଟିଏ ନନ ଏସସି ଚେୟାର କାର୍ ବଗି ବୃଦ୍ଧି କରାଯାଇଛି। ପୂର୍ବରୁ ରଥଯାତ୍ରା ପାଇଁ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବୃଦ୍ଧି କରାଯାଇଥିଲା। ତେବେ ଏହାପରେ ମଧ୍ୟ ଲୋକଙ୍କ ଚାହିଦାକୁ ଏବଂ ଆରାମଦାୟକ ଉପଲବ୍ଧି ପାଇଁ ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ପୁରୀ-ବାଙ୍ଗିରିପୋଷି ଟ୍ରେନରେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ନନ ଏସସି ଚେୟାର କାର୍ ବଗି ଅସ୍ଥାୟୀ ଭାବରେ ବୃଦ୍ଧି ହୋଇଛି। ଏନେଇ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୧ରେ ଉକ୍ତ ବଗି ସଂଲଗ୍ନ ହୋଇ ସେପ୍େଟମ୍ବର ୧ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଯାହା ଫଳରେ ଉକ୍ତ ଟ୍ରେନରେ ସମୁଦାୟ ୧୬ଟି ବଗି ହେବ। ଚେୟାର କାର୍ କୋଚ୍ ଦୈନିକ ଯାତ୍ରୀ, ପର୍ଯ୍ୟଟକ ଏବଂ ଦୂର ଦୂରାନ୍ତ ଯାତ୍ରୀଙ୍କ ପାଇଁ ଅଧିକ ଆସନ କ୍ଷମତା ଏବଂ ଉନ୍ନତ ସୁବିଧା ପ୍ରଦାନ କରିବ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande