ଶିମିଳିପାଳକୁ ଆସିବ ଅଣ୍ଡିରା ବାଘ
ବାରିପଦା, ୩୦ ଜୁଲାଇ (ହି.ସ.) - ଶିମିଳିପାଳକୁ ଅଗଷ୍ଟ ମାସରେ ଖୁସି ଖବର ଆସିବା ନେଇ ସୂଚନା ମିଳିଛି। ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି। ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ରହିଥିଲା। ଏଥୁମଧ୍ୟରୁ ଦୁଇଟି ବାଘୁଣୀ ଆସିସାରିଥିବା
ଶିମିଳିପାଳକୁ ଆସିବ ଅଣ୍ଡିରା ବାଘ


ବାରିପଦା, ୩୦ ଜୁଲାଇ (ହି.ସ.) - ଶିମିଳିପାଳକୁ ଅଗଷ୍ଟ ମାସରେ ଖୁସି ଖବର ଆସିବା ନେଇ ସୂଚନା ମିଳିଛି। ଜୀନତ ଓ ଯମୁନା ଆସିବା ପରେ ଆହୁରି ବାଘଙ୍କୁ ଆଣିବାକୁ ଯୋଜନା କରାଯାଇଛି। ଶିମିଳିପାଳକୁ ଦୁଇଟି ପୁରୁଷ ବାଘ ଏବଂ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ରହିଥିଲା। ଏଥୁମଧ୍ୟରୁ ଦୁଇଟି ବାଘୁଣୀ ଆସିସାରିଥିବା ବେଳେ ଗୋଟିଏ ଅଣ୍ଡିରା ବାଘ ଶିମିଳିପାଳକୁ ଆଣିବା ପାଇଁ ବନ ବିଭାଗ ଯୋଜନା କରୁଛି। ବାହାର ରାଜ୍ୟରୁ ଆସିଥିବା ଯମୁନା ଓ ଜୀନତ ଦୁଇ ବାଘୁଣୀଙ୍କର ବ୍ୟବହାର ଓ ପରିବେଶ ସହିତ ସେମାନେ କିପରି ଖାପ ଖୁଆଉଛନ୍ତି, ତାହାର ଅନୁଧ୍ୟାନ କରାଯାଉଛି । ଇତି ମଧ୍ୟରେ ଗୋଟିଏ ବର୍ଷ ବିତିଯାଇଥିବା ବେଳେ ପୁଣି ଶିମିଳିପାଳକୁ ନୂଆ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା ମହାରାଷ୍ଟ୍ର, ମଧ୍ୟପ୍ରଦେଶ କିମ୍ବା ଉତରାଖଣ୍ଡରୁ ଗୋଟିଏ ଅଣ୍ଡିରା ବାଘ ଅଣାଯିବା ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। କଳାବାଘଙ୍କ ବ୍ୟାଘ୍ର ଦିବସ ପାଳନ ଅବସରରେ ସେ କହିଛନ୍ତି ରାଜ୍ୟରେ ମାତ୍ର ଦୁଇଟି ଟାଇଗର ରିଜର୍ଭ ଶିମିଳିପାଳ ଓ ସାତକୋଶିଆ ରହିଛି। ବର୍ତମାନ ସମୟରେ ସଂଖ୍ୟାବୃଦ୍ଧିରେ ଶିମିଳିପାଳରେ ବାଘ ରହିଛନ୍ତି। ଏଠାରେ ଉଭୟ ସାଧାରଣ ବାଘ ଓ କଳା ବାଘ ଲାଗିବ ରୋକ ଅଛନ୍ତି। ଶିମିଳିପାଳରେ ବାଘଙ୍କ ସଂଖ୍ୟା ୩୦ ରହିଥିବା ବେଳେ ଅନେକ ଶାବକ ରହିଛନ୍ତି। ୨ ବର୍ଷ ହେଲା ପରେ ସେମାନଙ୍କୁ ଗଣନାରେ ସାମିଲ କରାଯିବ। ଅନ୍ୟପଟେ ସାତକୋଶିଆରେ ୫ ବର୍ଷ ପୂର୍ବରୁ ବାଘ ରହିଥିଲେ, ବର୍ତମାନ ସେଠି ଆଉ ବାଘ ନାହାନ୍ତି। ନିକଟ ଅତୀତରେ ଏହାକୁ ନେଇ ଆଗକୁ ମଧ୍ୟ କୌଣସି ଯୋଜନା କରାଯାଇନାହିଁ । ମାତ୍ର ଡ଼େବ୍ରିଗଡ଼ରେ ଏକ ବ୍ୟାଘ୍ର ପ୍ରକଳ୍ପ କରିବା ନେଇ ଯୋଜନା କରାଯାଉଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ଟାଇଗର ରିଜର୍ଭ କରିବା ପାଇଁ ଚିଠି ମଧ୍ୟ କରିଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଏକ ଟିମ ଗଠନ କରିଛନ୍ତି । ଏହି ଟିମ ଦେବ୍ରୀଗଡ଼ ଯାଇ ସେଠାକାର ସମସ୍ତ ବ୍ୟବସ୍ଥା ଦେଖିବେ, ଏହି ପ୍ରକଳ୍ପ ପାଇଁ ପରିବେଶ କିପରି ରହିଛି ତାହା ସବୁ ପରିଲକ୍ଷିତ କରିବେ । ପରବର୍ତୀ ସମୟରେ ପ୍ରକଳ୍ପର ଗତି ଆଗକୁ ଯିବ ବୋଲି ସେ କହିଛନ୍ତି।

ଅନ୍ୟପଟରେ ଶିମିଳିପାଳରେ କଳା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଏକ ଚିନ୍ତାର କାରଣ। ଇନବିଡ଼ିଂ ଯୋଗୁଁ ଏହି ବାଘଙ୍କ ସଂଖ୍ୟା ବଢୁଛି । ଏଥିପାଇଁ ବାହାର ରାଜ୍ୟରୁ ବାଘ ଆଣିବା ପାଇଁ ବନ ବିଭାଗ ଯୋଜନା କରିଥିଲା। ଯମୁନା ଓ ଜୀନତ ଦୁଇ ବାଘୁଣୀଙ୍କୁ ଶିମିଳିପାଳରେ ଆଣି ଛଡ଼ା ଯାଇଥିଲା। ପୁଣି ଅଣ୍ଡିରା ବାଘ ଆସିବା ପରେ ଶିମିଳିପାଳରେ ବାଘଙ୍କ ମଧ୍ୟରେ ଜାରି ରହିଥିବା ଇନବିଡିଂ ପ୍ରକ୍ରିୟା କମିବା ସହ କଳାବାଘଙ୍କ ସଂଖ୍ୟା ବୃଦ୍ଧିରେ ଅଙ୍କୁଶ ଲାଗିବ ବୋଲି ସେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande