ସାଇବର ଠକେଇର ଶିକାର ହେଲେ କୋର୍ଟ କର୍ମଚାରୀ
ସାଇବର ଠକେଇର ଶିକାର ହେଲେ କୋର୍ଟ କର୍ମଚାରୀ
ସାଇବର ଠକେଇର ଶିକାର ହେଲେ କୋର୍ଟ କର୍ମଚାରୀ


ବାରିପଦା, ୩୦ ଜୁଲାଇ (ହି.ସ.) - ବାରିପଦା ସ୍ଥିତ ଆଡ଼ହକ ଏବଂ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟର ଗାଡି ଚାଳକ ଗଣେଶ୍ୱର ମହାନ୍ତ ସାଇବର ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଗଣେଶ୍ୱରଙ୍କୁ ତାଙ୍କର ପୁରୁଣା ଋଣକୁ ଏକା ଥରକେ ପରିଶୋଧ କରିଲେ ନୂତନ ଋଣ ପ୍ରଦାନ କରାଯିବ ବୋଲି କହିଥିଲେ। ଏହାପରେ ଗଣେଶ୍ୱର ଠକଙ୍କ କହିବା ମୁତାବକ ୫୫,୦୦୦ଟଙ୍କା ପର?୍ୟ୍ୟାୟକ୍ରମରେ ଫୋନ କରିଥିବା ବ୍ୟକ୍ତି ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରିଥିଲେ । ପରବର୍ତୀ ସମୟରେ ନୂତନ ଋଣ ମିଳିବା ସହ ସେ ଋଣ ବାବଦରେ ପୈଠ କରିଥିବା ଟଙ୍କା ବିଷୟରେ ଜାଣିବା ପାଇଁ ବ୍ୟାଙ୍କ ଯାଇଥିଲେ । ସେଠାରେ ବ୍ୟାଙ୍କର ଋଣ ଖାତରେ ତାଙ୍କର କୋଣସି ଋଣ ପରିଶୋଧ ହୋଇନଥିବାର ଦେଖିବାକୁ ମିଳିଥିଲା। ଏହାପରେ ଗଣେଶ୍ୱର ଫୋନ କର୍ତାଙ୍କ ନମ୍ବରରେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସେ ଅଦୃଶ୍ୟ ସାଇବର ଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ନେଇ ଜାଣିବା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବାର ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande