କେନ୍ଦୁଝର, 30 ଜୁଲାଇ (ହି.ସ.)ଗତ ଦୁଇ ଦିନ ଧରି କେନ୍ଦୁଝର ଜିଲ୍ଲାରେ ବର୍ଷା ବନ୍ଦ ହେବାର ନାଁ ନେଉନାହିଁ। ଏହି ଲଗାଣ ବର୍ଷା ଯୋଗୁଁ ଗରିବ ଶ୍ରେଣୀର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କହାର ଘରେ ପାଣି ପଶିଗଲାଣି ତ କାହାର ବର୍ଷାରେ ଭିଜି କାନ୍ଥ ପଡିଗଲାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ଗ୍ରାମରେ। ଉକ୍ତ ପଞ୍ଚାୟତର ମୁଣ୍ଡା ସାହିର କିଛି ଲୋକଙ୍କ କାନ୍ଥ ପୁରା ଗଳି ପଡ଼ିଥିବା ବେଳେ ପାରିବାର ଲୋକେ ବହୁ ହଇରାଣ ହେଉଛନ୍ତି। ଉକ୍ତ ପରିବାରକୁ ତୁରନ୍ତ ସାହାଯ୍ୟ ଯୋଗାଇବାକୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA