ମାଲକାନଗିରି, ୩୦ ଜୁଲାଇ (ହି.ସ.)ଆଜି ମାଲକାନଗିରି ବନଖଣ୍ଡଦ୍ୱାରା ସତିଗୁଡା ଇକୋ ଟୁରିଜିମ୍ ସେଣ୍ଟର୍ ଠାରେ ବିଶ୍ୱ ବ୍ୟାଘ୍ର ସଂରକ୍ଷଣ ଦିବସ ୨୦୨୫ ପାଳିତ ହୋଇଯାଇଛି!ଏଥିରେ ବନଖଣ୍ଡ ଅଧିକାରୀ ସାଇ କିରଣ ଡି ଏନ, ଏସି ଏ ଫ ମୁନୁସୁନ ଖେମୁଣ୍ଡୁ, ମାଲକାନଗିରି ରେଞ୍ଜର ରମେଶ ରାଉତ, ସମାଜସେବୀ ଦୃଯ୍ୟ ଧନ ପାତ୍ର, ପରିବେଶ ବିତ ରାମକୃଷ୍ଣ ଚୌଧୁରୀ ଯୋଗଦେଇ ବାଘ କେବଳ ଏକ ହିଂସ୍ର ପ୍ରାଣୀ ହିଁ ନୁହଁ ସେ ଜଙ୍ଗଲ ପରିବେଶ ସନ୍ତୁଳନର ମହାନାୟକ ଅଟେ l ମାଲକାନଗିରି ଜିଲ୍ଲା ସୁଦୁର ମହାରାଷ୍ଟ୍ର ଠାରୁ ଶିମିଳିପାଳ ପର୍ଯ୍ୟନ୍ତ ବିସ୍ତୃତ ଜଙ୍ଗଲ ସହ ଅଙ୍ଗାଙ୍ଗିଭାବେ ଜଡିତ ଥିବାରୁ ଏହି ଜଙ୍ଗଲରେ ଉତ୍ତମ ପରିବେଶ ସୃଷ୍ଟିକଲେ ଆମେ ଭବିଷ୍ୟତରେ ବାଘ ଦେଖିପାରିବା l ଆମ ଜିଲ୍ଲା ନିକଟରେ ଇନ୍ଦ୍ରାବତି ଓ ସୁନାବେଡା ପରି ପ୍ରାକୃତିକ ସଂରକ୍ଷିତ ଜଙ୍ଗଲରହିଛି l ଆମଜିଲ୍ଲା ଦଣ୍ଡ୍ୟକାରଣ ଜଙ୍ଗଲର ଏକ ଅଂଶ ଅଟେ l ଏଠାରେ କଣ୍ଡାକାମ୍ବେରୁ ପରି ସଂରକ୍ଷିତ ଘଞ୍ଚଜଙ୍ଗଲ ମଧ୍ୟ ରହିଛି l ବାଘ ପରି ବଡ ଜୀବ ଜନ୍ତୁ ଜଙ୍ଗଲରେ ରହିଲେ ତାହାର ସହିତ ଅନ୍ୟ ଜଙ୍ଗଲ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଥାଏ ବୋଲି କହିଥିଲେ! ପରିବେଶବିତ୍ ତଥା ବଣ୍ୟଜନ୍ତୁ ସଂରକ୍ଷକ ରାମକୃଷ୍ଣ ଚୌଧୂରୀ ପିଲାଙ୍କୁ ଜଙ୍ଗଲ ସଂରକ୍ଷଣ ପାଇଁ ଏକ ଶପଥ ପାଠ କରାଇଥିଲେ l ଯେଉଁଥିରେ ସରକାରଙ୍କ ଯୋଜନାରେ *“ମା ପାଇଁ ବା ଉଦ୍ଦେଶ୍ୟରେ ଗଛଟିଏ”* ସହିତ ନିଜ ପାଇଁ (ପ୍ରତ୍ୟେକ ଜନ୍ମଦିନରେ) ଗଛଟିଏ ଓ ଜଙ୍ଗଲପାଇଁ ଗଛଟିଏ ଲଗାଇବା ବିଷୟର ଗୁରୁତ୍ୱଦେଇଥିଲେ l ଜଙ୍ଗଲ ହିଂସ୍ର ଜୀବଜନ୍ତୁ ଓ ସରିଶୃପ ଦେଖିଲେ ତାକୁ ଭୟଭୀତ ନକରାଇ ତାର ପ୍ରାକୃତିକ ବାସସ୍ଥଳିକୁ ଫେରିଯିବାକୁ ସୁଯୋଗ ଦେବା ନଚେତ୍ ବନବିଭାଗ କଣ୍ଟ୍ରୋଲ୍ ରୁମ୍ କୁ ଫୋନ୍ ନଂ ୭୦୭୭୬୫୮୯୯୯ରେ ଜଣାଇଲେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ସେହି ହିଂସ୍ର ଜୀବକୁ ପ୍ରାକୃତିକ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରିଦେବେ l ଜଙ୍ଗଲ ଜୀବଙ୍କ ମାଂସ, ହାଡ, ନଖ, ଛାଲ, ଦାନ୍ତ ପ୍ରଭୁତି ତଥା ବିଷ ଧର ସାପ, କଇଁଚ ଓ ଶୁଆ ର ବିକ୍ରି ବିଷୟରେ ମଧ୍ୟ ଆମେ ଜାଣିଲେ ଜଙ୍ଗଲ ବିଭାଗକୁ ଜଣାଇ ନିଜର ଜଙ୍ଗଲ ସୁରକ୍ଷା ତଥା ଜୀବଙ୍କ ପ୍ରତି ଆମର କର୍ତ୍ତବ୍ୟ ସମ୍ପାଦନ କରିପାରିବା l
ପରିଶେଷରେ ବକ୍ତୃତା ଓ ଚିତ୍ରାଙ୍କନ ରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କାର ଦିଆଯାଇ ଉତ୍ସାହିତ କରାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ