ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ଅପରେସନ
ସିନ୍ଦୂର ପ୍ରସଙ୍ଗରେ ସଂସଦରେ ବିଜେଡ଼ି ସମର୍ଥନ କରିବାକୁ ନେଇ ବିଜେପି ବିଧାୟକ ସରୋଜ ପାଢ଼ୀ
ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡ଼ି ଯେଉଁ ଭୂମିକା ନେଇଛି ଭଲ ନେଇଛି । ଦେଶର
ସୁରକ୍ଷାକୁ ନେଇ ରାଜନୀତି କଥା ନୁହେଁ । ସାରା ବିଶ୍ଵ ଅପରେସନ ସିନ୍ଦୁରକୁ ନେଇ ମୋଦିଙ୍କୁ ପ୍ରଶଂସା
କରିଛି । ଭାରତର ସ୍ଥାନ ବହୁ ଉଚ୍ଚକୁ ଯାଇଛି । ଯୁଦ୍ଧ ଅର୍ଥ ନୁହେଁ, କାହାକୁ ଧ୍ଵଂସ କରିବା । ଆତଙ୍କବାଦର ମୂଳ ପୋଛ
ମୂଳ ଲକ୍ଷ୍ୟ । କଂଗ୍ରେସର ବର୍ତ୍ତମାନ ରାଜ୍ୟର ସ୍ଥିତି ନାହିଁ । ବିଜେଡ଼ି ଭୋଟ କଂଗ୍ରେସକୁ
ମିଳିଛି । ବିଜେଡ଼ି ସହ କଂଗ୍ରେସ ରହିଥିଲା । ବିଜେଡ଼ି ପାଇଁ କଂଗ୍ରେସ ଧ୍ଵଂସ ହୋଇଯାଇଛି । ସେଥିପାଇଁ
ବିଜେଡ଼ି ଉପରେ କଂଗ୍ରେସର ରାଗ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା