ସେନାକୁ ନେଇ ରାଜନୀତି ହେବା କଥା ନୁହେଁ- କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ସଂସଦରେ ବିଜେଡି ଅପରେସନ ସିନ୍ଦୂର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର । ସେ କହିଛନ୍ତି ସେନାକୁ ନେଇ ରାଜନୀତି ହେବା କଥା ନୁହେଁ । ଦେଶର ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ । ସବୁବେଳେ
ସେନାକୁ ନେଇ ରାଜନୀତି     ହେବା କଥା ନୁହେଁ- କ୍ୟାପଟେନ       ଦିବ୍ୟଶଙ୍କର ମିଶ୍ର


ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ସଂସଦରେ ବିଜେଡି ଅପରେସନ ସିନ୍ଦୂର ସମର୍ଥନ ପ୍ରସଙ୍ଗରେ

ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର । ସେ କହିଛନ୍ତି

ସେନାକୁ ନେଇ ରାଜନୀତି ହେବା କଥା ନୁହେଁ । ଦେଶର ସୁରକ୍ଷା ରାଜନୀତିରୁ ଉର୍ଦ୍ଧ୍ବରେ । ସବୁବେଳେ

ସୈନିକର ମନୋବଳ ବୃଦ୍ଧି କରିବା ଦରକାର । କାରଣ ମୁଁ ଜଣେ ସୈନିକ ଭାବେ ଜାଣିଛି ଯୁଦ୍ଧ

କ୍ଷେତ୍ରରେ ସୈନିକ ମାନେ କିଭଳି ଦେଶର ସୁରକ୍ଷା କରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେଡି

ସମର୍ଥନ ଜଣାଇଛି ବୋଲି ବିଜେଡି ବିଧାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande