ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ
ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ ପୁରୀ, 30 ଜୁଲାଇ (ହି.ସ.)ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା କୋଅପରେଟିଭ ସୋସାଇଟି ର ରେଜିଷ୍ଟର ସୁନିତା ପତି ଙ୍କ ଅଧ୍ୟକ୍
ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ


ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

ପୁରୀ, 30 ଜୁଲାଇ (ହି.ସ.)ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା କୋଅପରେଟିଭ ସୋସାଇଟି ର ରେଜିଷ୍ଟର ସୁନିତା ପତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଟିତ ହୋଇଥିଲା | ଚଳିତ ମାସ ର ବିଷୟ ସମବାୟ ସଂସ୍ଥା ଗୁଡିକ ମଧ୍ୟରେ ସହଯୋଗ ରହିଛି।ଅପରପକ୍ଷରେ ମତ୍ସ୍ୟ ସମବାୟ ସମିତି, ଦୁଗ୍ଧ ସମବାୟ ସମିତି ଓ କୃଷି ସମବାୟ ସମିତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଶ୍ରୀମତୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ର ଭୂମିକା ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା ହୋଇଥିଲା l ସମବାୟ ମାଧ୍ୟମରେ ସମାଜ କୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ରହିଛି।ବର୍ତ୍ତମାନ ସମବାୟ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ସହ ପରିବାର ମୁହଁରେ ହସ ଫୁଟାଇଛି ବୋଲି କହିଥିଲେ।ସମବାୟ ଏକ ଆନ୍ଦୋଳନ ଓ ବିବିଧ ସହଯୋଗ ସମିତି ମାଧ୍ୟମରେ ଏହାକୁ ଋଦ୍ଧିମନ୍ତ କରାଯାଇଛି।ବର୍ତ୍ତମାନ ଅନେକ ସୁଯୋଗ ସରକାରଙ୍କ ମାଧ୍ୟମରେ ଉପଲବ୍ଧ ହୋଇଛି ଏହାର ସୁବିଧା ନେବାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆହ୍ୱାନ ଦେବା ସହ ଅନୁରୋଧ କରିଥିଲେ। ପୁରୀ ଦୁଗ୍ଧ ସମବାୟ ୟୁନିୟନ ର ସଭାପତି ଦିଲ୍ଲୀପ କୁମାର ଦାସ ଗୋ ପାଳନ ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଏହାକୁ ଆଗକୁ ନେବାକୁ ଥିବା ବ୍ୟବସ୍ଥା, ସରକାରୀ ସୁବିଧା, ସବସିଡ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ପୂର୍ବତନ ଆଇନ ଅଧିକାରୀ ବିରଜା ଶଙ୍କର ଶତପଥୀ,ସହକାରୀ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ,ଏଆର ସି ଏସ ସନାତନ ବେହେରା ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ଆଲୋଚନାକରିଥିଲେ ।ଏହା ମାଧ୍ୟମରେ ଆମ ଅର୍ଥନୀତି କିପରି ମଜବୁତ ହୋଇ ପାରିବ ବୋଲି ସେମାନେ ସୂଚନା ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ସମବାୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ଏଥିରେ ଜିଲ୍ଲାର ବିଭିନ୍ନ ସମବାୟ ସମିତିର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande