ପକ୍ଷାଘାତ ରୋଗୀଙ୍କୁ ଆର୍ôଥକ ସହାୟତା ପ୍ରଦାନ
ଧର୍ମଶାଳା, ୩୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁରସ୍ଥ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାଙ୍ଗୁଡ଼ି ସୁରକ୍ଷା ମଂଚ ପକ୍ଷରୁ ଜଣେ ପକ୍ଷାଘାତ ରୋଗୀ ଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ଏହି ବ୍ଲକ ଅନ୍ତର୍ଗତ ଚୋରମୁହାଁ ପଂଚାୟତ ବଡ଼ମଙ୍ଗଳପୁର ଗ୍ରାମର ରାମଚନ୍ଦ୍ର ମହାନ୍ତି (ଦାମ)
ପକ୍ଷାଘାତ ରୋଗୀଙ୍କୁ ଆର୍ôଥକ ସହାୟତା ପ୍ରଦାନ


ଧର୍ମଶାଳା, ୩୦ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁରସ୍ଥ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାଙ୍ଗୁଡ଼ି ସୁରକ୍ଷା ମଂଚ ପକ୍ଷରୁ ଜଣେ ପକ୍ଷାଘାତ ରୋଗୀ ଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ଏହି ବ୍ଲକ ଅନ୍ତର୍ଗତ ଚୋରମୁହାଁ ପଂଚାୟତ ବଡ଼ମଙ୍ଗଳପୁର ଗ୍ରାମର ରାମଚନ୍ଦ୍ର ମହାନ୍ତି (ଦାମ) କିଛି ଦିନ ହେବ ପକ୍ଷାଘାତ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ପେଷାରେ ସେ ଜଣେ ଖବର କାଗଜ ବିତରକ ଭାବେ ଦୀର୍ଘ ୨୦ ବର୍ଷ ହେବ ଜାରକା ବଜାରରେ ଖବରକାଗଜ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତାଙ୍କ ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ବହୁ ଅଭାବ ଅନାଟନରେ ଦିନ କାଟୁଛନ୍ତି । ଏହି ଖବର ପାଇ ଲାଙ୍ଗୁଡ଼ି ସୁରକ୍ଷା ମଂଚର ସମ୍ପାଦକ ଆଲୋକ ଜେନା ସାମନ୍ତ ଙ୍କ ନିର୍ଦେଶକ୍ରମେ ଅନୁଷ୍ଠାନର ସଭାପତି ବ୍ରଜମୋହନ ବିଶ୍ୱାଳଙ୍କ ନେତୃତ୍ୱରେ ସଦସ୍ୟମାନେ ରାମଚନ୍ଦ୍ର ଙ୍କୁ ତାଙ୍କ ଘରେ ଭେଟି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଆର୍ôଥକ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ସମୟରେ ମଂଚର ସଦସ୍ୟ ପ୍ରଶାନ୍ତ କୁମାର ପୃଷ୍ଟି, ବ୍ରଜ କିଶୋର ମହାନ୍ତି, ସିପକ ଜେନା ସାମନ୍ତ, ଜୟନ୍ତ କୁମାର ସ୍ୱାଇଁ, ସବ୍ୟସାଚୀ ପଣ୍ଡା,ବିଶ୍ୱଜିତ ବିଶ୍ୱାଳ ଓ ମହେଶ୍ୱର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande