ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ଆନ୍ଦୋଳନରୁ
ଓହରିଲେ ଜୀବନ ରାଉତଙ୍କ ସମର୍ଥକ । ବିଜେପି ନେତା ଜଗନ୍ନାଥ ପ୍ରଧାନ ଆନ୍ଦୋଳନକାରୀଙ୍କୁ ବୁଝେଇବା
ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମେୟରଙ୍କ ସହ ଫୋନରେ କଥା ହେଲେ ଜଗା ପ୍ରଧାନ । ମେୟର ଓ
କମିଶନର ଜୀବନ ରାଉତଙ୍କ ସହ ଆଲୋଚନା କରିବେ ଜଗନ୍ନାଥ ପ୍ରଧାନ ।
ରତ୍ନାକର ସାହୁ ମାଡମରା
ଘଟଣାରେ ବିନା ଦୋଷରେ କାହିଁକି ୨୯ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କୁ ଗିରଫ କରାଗଲା ସେ
ନେଇ ବିଜେପି କର୍ପୋରେଟର ବୈଠକରେ ହଂଗାମା କରିଥିଲେ। ୪୪ନମ୍ବର ୱାର୍ଡର କର୍ପୋରେଟର ଅଜିତ
ବେହେରା ପୂର୍ବତନ ସେନା କର୍ମଚାରୀ ତଥା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡଙ୍କୁ ମାଡ ମାରିଥିଲେ ସେହି
ଘଟଣାରେ ମେୟର ଘଣ୍ଟ ଘୋଡାଇ ରଖିଥିଲେ। । ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ଘଟଣା ରେ
ମେୟର, କମିଶନର, ଏବଂ ଜୀବନ
ରାଉତ ବସି ଆଲୋଚନା କରିବେ ବୋଲି କହିବା ପରେ ହଟ୍ଟଗୋଳ ଥମିଥିଲା। ପୂର୍ବ ବୈଠକରେ ଆସିଥିବା
ପ୍ରସ୍ତାବରେ କେତେଦୂର କାର୍ଯ୍ୟକାରୀ ହୋଇ ପାରିଛି ସେ ନେଇ ଆଲୋଚନା ହୋଇଛି। ଡେଙ୍ଗୁ ମୁକାବିଲା, ସହରର ଜଳବନ୍ଦୀ ଓ ଡ୍ରେନେଜ ସମସ୍ୟାର
ସମାଧାନ ପାଇଁ ଅନେକ ପ୍ରସ୍ତାବ ସମାଧାନ ନେଇ ଆଲୋଚନା ହୋଇଛି। ଆଗାମୀ ପାର୍ବଣ ଋତୁ ପୂର୍ବରୁ ସହରର
ରାସ୍ତା ମରାମତି, ପାର୍କିଂ ଏବଂ ଆଲୋକିକରଣକୁ ନେଇ ମଧ୍ୟ କର୍ପୋରେଟର
ମାନେ ପ୍ରସ୍ତାବ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା