ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌କୁ ଆମେରିକାର ବ୍ୟବସାୟ କହିଲେ ଶଶି ଥରୁର
ନୂଆଦିଲ୍ଲୀ, ୩୧ ଜୁଲାଇ(ହି.ସ.) – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଟାରିଫ୍‌କୁ କଂଗ୍ରେସ ସାଂସଦ ଶଶି ଥରୁତ ବ୍ୟବସାୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଟ୍ୟାକ୍ସ ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ, କାହିଁକି ନା ଦୁଇ ଦେଶ ମଧ୍ୟରେ
ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌କୁ ଆମେରିକାର ବ୍ୟବସାୟ କହିଲେ ଶଶି ଥରୁର


ନୂଆଦିଲ୍ଲୀ, ୩୧ ଜୁଲାଇ(ହି.ସ.) – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ଟାରିଫ୍‌କୁ କଂଗ୍ରେସ ସାଂସଦ ଶଶି ଥରୁତ ବ୍ୟବସାୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଟ୍ୟାକ୍ସ ୩୫ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ, କାହିଁକି ନା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କଥାବାର୍ତା ଏବେ ଚାଲୁରହିଛି। ଏଥିପାଇଁ ଆମେରିକା ବାର୍ତାରେ ସୌଦାବାଜି ପାଇଁ ଏପରି ଟାରିଫ ଲଗାଇଛି। ସେ କହିଛନ୍ତି ଯେ ଯଦି ଭାରତ ଆମେରିକାର ନିର୍ଯାତ ବଜାର ହରେଇବ ତେବେ ଆମକୁ ଜିଡିପି ଗ୍ରୋଥର ଅଧା ପ୍ରତିଶତର ସିଧା କ୍ଷତି ହେବ।

ଥରୁର୍ କହିଛନ୍ତି ଯେ ସମ୍ଭାବନା ଅଛି ଯେ ଦୁଇ ଦେଶର କଥାବାର୍ତା ସମୟରେ ଏହି ଟ୍ୟାକ୍ସରେ ହ୍ରାସ ଆସିଯିବ। ଯଦି ଏପରି ନହୁଏ ତେବେ ଆମେରିକା ଭାରତର ବ୍ୟବସାୟକୁ ବରବାଦ କରିଦେବ। ଆମେରିକାକୁ ଭାରତ ପାଇଁ ବହୁତ ବଡ଼ ବଜାର କହି ସେ କହିଛନ୍ତି ଆମର ଆମେରିକାକୁ ନିର୍ଯାତ ୮୭ ରୁ ୯୦ ଆରବ ଡଲାର ଯାହା ଆମ ପାଇଁ ବହୁତ ବଡ଼ ବଜାର ଅଟେ। ଯଦି ଆମ ପାଖରେ ଆମେରିକା ବଜାର ନରହିବ ତେବେ ଆମକୁ ଜିଡିପି ଗ୍ରୋଥରେ ଅଧା ପ୍ରତିଶତ ସିଧା କ୍ଷତି ହେବ। ସେ ଭାରତ ସହିତ ବ୍ୟବସାୟରେ ଆମେରିକାର ଦାବିକୁ ଅନୁଚିତ କହି କହିଛନ୍ତି ଯେ ଆମ ଦେଶରେ ୭୦ କୋଟି କୃଷକ ଅଛନ୍ତି। ଆମେ ଆମେରିକାକୁ ଖୁସି କରିବା ପାଇଁ ତାଙ୍କ ଆଜୀବିକାକୁ ଅସୁବିଧାରେ ପକାଇ ପାରିବୁ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande