ଦେଶର ପ୍ରଥମ ମେକ୍‌-ଇନ୍‌-ଇଣ୍ଡିଆ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଂଟ ଗୁଜୁରାଟର କାଣ୍ଡଲାରେ ଆରମ୍ଭ
ନୂଆଦିଲ୍ଲୀ, ୩୧ ଜୁଲାଇ(ହି.ସ.) – ଗୁଜୁରାଟର କାଣ୍ଡଲାର ଦୀନଦୟାଲ ବନ୍ଦରଗାହ ପ୍ରାଧିକରଣ(ଡିପିଏ)ରେ ବୁଧବାର ଦିନ ଭାରତର ପ୍ରଥମ ମେକ୍‌-ଇନ୍‌-ଇଣ୍ଡିଆ ୧ ମେଗାୱାଟ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଂଟର ଆରମ୍ଭ କରାଯାଇଛି। ଏହା ଚାଲୁହେଲେ ଡିପିଏ ଦେଶର ପ୍ରଥମ ଏପରି ବନ୍ଦରଗାହ ହେବ ଯାହା ମେଗାୱାଟ ସ୍ତରୀୟ ଗ୍ରୀନ୍
ଦେଶର ପ୍ରଥମ ମେକ୍‌-ଇନ୍‌-ଇଣ୍ଡିଆ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଂଟ ଗୁଜୁରାଟର କାଣ୍ଡଲାରେ ଆରମ୍ଭ


ନୂଆଦିଲ୍ଲୀ, ୩୧ ଜୁଲାଇ(ହି.ସ.) – ଗୁଜୁରାଟର କାଣ୍ଡଲାର ଦୀନଦୟାଲ ବନ୍ଦରଗାହ ପ୍ରାଧିକରଣ(ଡିପିଏ)ରେ ବୁଧବାର ଦିନ ଭାରତର ପ୍ରଥମ ମେକ୍‌-ଇନ୍‌-ଇଣ୍ଡିଆ ୧ ମେଗାୱାଟ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଂଟର ଆରମ୍ଭ କରାଯାଇଛି। ଏହା ଚାଲୁହେଲେ ଡିପିଏ ଦେଶର ପ୍ରଥମ ଏପରି ବନ୍ଦରଗାହ ହେବ ଯାହା ମେଗାୱାଟ ସ୍ତରୀୟ ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ସୁବିଧାର ସଂଚାଳନ କରିବ। ଏହି ଅବସରରେ କେନ୍ଦ୍ରୀୟ ବନ୍ଦରଗାହ, ଜହାଜରାନୀ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦା ସୋନୋଓ୍‌ାବଲ ରାଜ୍ୟମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପରିଯୋଜନାର ଉଦ୍‌ଘାଟନ କରିଥିଲେ।

ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଜ ଭାରତର ଭିଜନ ଦିଗରେ ଏକ ବଡ଼ ଉପଲବ୍ôଧ ବୋଲି ଧରାଯାଉଛି। ପ୍ଲାଂଟର ଖାସ୍ କଥା ଏହା ଯେ ଏହା ପୁର୍ଣ୍ଣଭାବେ ଭାରତରେ ତିଆରି ଏବଂ ଦେଶର ଆତ୍ମନିର୍ଭରତା ଏବଂ ବିକାଶ ସଂକଳ୍ପକୁ ମଜଭୁତ କରିବ। ଏହା ପ୍ରତିବର୍ଷ ପ୍ରାୟ ୧୪୦ ମେଟ୍ରିକ୍ ଟନ୍ ଗ୍ରୀନ୍ ହାଇଡ୍ରୋଜେନର ଉତ୍ପାଦନ କରିବ, ଯାହା ସମୁଦ୍ର ଅଂଚଳକୁ ଡିକାର୍ବୋନାଇଜ କରିବା ଏବଂ ବନ୍ଦରଗାହ ସଂଚାଳନକୁ ଅଧିକ ପର୍ଯ୍ୟାବରଣ ଅନୁକୂଳ ବନାଇବାରେ ସାହାଯ୍ୟ କରିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande